STORYMIRROR

Suniti Devi

Inspirational Abstract Others

3  

Suniti Devi

Inspirational Abstract Others

ଦୀପାବଳୀ

ଦୀପାବଳୀ

1 min
26.5K


ଆଲୁଅର ମାତ୍ର ଖିଅଟିଏ

 ଉଜ୍ଜ୍ଵଳ କରିଦିଏ ଏ ସ୍ଥୁଳ ପୃଥ୍ଵୀକୁ

 କ୍ଷଣିକ ପାଇଁ,

ଗୋଟିଏ ମୁହୂର୍ତ୍ତର ଆବେଗ ପାଇଁ ବର୍ଷ ସାରାର ପ୍ରତୀକ୍ଷା!

କୋଉ ତଳ,ବିତଳ ଅଥବା

 ଉର୍ଦ୍ଧ୍ଵରେ ଘୁରୁଥାଏ ସତେ କଣ

 ଆମ ପୂର୍ବ ପୁରୁଷଙ୍କ ଆତ୍ମା!

ହାତରେ କାଉଁରିଆ କାଠି

 ଜଳି ଲିଭିଗଲେ

ସେଇ ଉପକଥାଟିର ସାରାଂଶ ଆକାଶରେ ଲିଭିଯାଏ!

ଆମେ ବଢାଇଛେ ଆମ ପାଦ ଆଗକୁ,ହେଲେ ଆଗକୁ ରାସ୍ତାରେ

ଭେଟିବାକି ନାଇଁ ଦୀପାବଳୀକୁ କେଜାଣି!ଦେହର କାରାଵାସ ଭିତରେ ସେଦିନ ଜଳୁଥିଲା ଦୀପଟିଏ,ଘୋର ଅମାବାସ୍ୟାକୁ

ଆଲୋକିତ କରୁଥିଲା।

ଏଵେ ବହୁ ଆଟୋପ ଭିତରେ

ଵିଜୁଳିର ଝଲମଲ ରୂପ,

ଅଗ୍ନିକଣାଟି ଲୁଚିରହି ଜାଳୁଥାଏ

ଆମର ଅବଶୋଷକୁ!

କାର୍ତ୍ତିକର ଆଖି କୋଣେ ମାଳମାଳ

ତାରାଙ୍କ ଦୀର୍ଘଶ୍ବାସ

ପ୍ରଦୀପଟିଏ କାହିଁ ବା ଶିହରୀ ଉଠୁଛି? ଖାଲି ଫୁଟୁଛି ବାଣ, ରୋଷଣୀ ବାଜିରେ ଜହ୍ନ ଲୁଚିଛି

କୋଉଠି ଫୋଟକା ହେଇଯିଵ ଵୋଲି,କଅଁଳି ଥିବା ଘାସ ଵାଣ ଆଘାତରେ ମୃତ!

ସତ୍ୟ ଜଗତକୁ ଯିବା ପାଇଁ,

ମୃତ୍ୟୁରୁ ଅମୃତ ଆଡ଼କୁ

ସତେ କଣ ମାତୁ ଥାଉ ରୋଷଣୀର

ଆଲୋକରେ!ଜାଳୁଥାଉ ଦୀପ!

ବଳିର ଆଗମନ ମର୍ତ୍ତ୍ୟକୁ ଅଥବା ରାମଚନ୍ଦ୍ରଙ୍କ ପ୍ରତ୍ତ୍ୟାବର୍ତ୍ତନ ଚେତନାରୁ ହଜିଗଲା ପରେ

ଏଇ ଦିନଟିର ଆଲୁଅର ମାନେ କଣଥାଏ କୁହତ!

ଆସ ଦୀପର ଆଲୁଅରେ ପୁଣି ଥରେ

ଉଛୁଳାଇବା ଆକାଶ!

ପିନ୍ଧାଇ ଦେବା ବସୁନ୍ଧରାକୁ

ଆଲୋକର ପାଟ,ପଞ୍ଚଵର୍ଣ ମୁରୁଜରେ ଚିତ୍ରିତ କରିଵା

ଆମ ଅଭିଳାଷର କୁମ୍ଭ!

ଗୋଟିଏ ହାତରେ ଧରାଇ ଦେବା

ଆଲୋକର ଦୀପାଳି

ଆଉ ଆନଟିରେ ଖଡ୍ଗ!

ବିନାଶିବା ଆସୁରିକ ବଳ ଆଉ

ଦୀପ ଦେବା, ଆନନ୍ଦରର ସଳିତାଟି

ଜଳୁଥିବ ଅମାନିବକତାର

 ଅନ୍ଧକାରକୁ ଜାଳି ,

ତାରାମାନେ ଐଶ୍ବର୍ଯ୍ୟମୟ ହେଵେ

ବଡ଼ବଡିଆମାନେ ନୂଆ କରି ପୁଣି

ଉପୁଜାଇବେ ଆଶୀର୍ଵାଦ।

(ଦୀପାବଳୀର ଶୁଭ ଅଵସର ପାଇଁ)

    ସୁନୀତି /୭.୧୦.୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational