STORYMIRROR

Suniti Devi

Abstract

2  

Suniti Devi

Abstract

ଭିନ୍ନ ଆଶ୍ବସ୍ତି

ଭିନ୍ନ ଆଶ୍ବସ୍ତି

1 min
233

ଭିନ୍ନ ଆଶ୍ଵସ୍ତି

ଦିଅ ମୋତେ ମୁଠାଏ ମାଟି ଦିଅ

ମୁଁ ତାକୁ ଚିପୁଡି ଚିପୁଡି ଭାରତବର୍ଷର ଇତିହାସର ସ୍ଵର୍ଣାଭ ସୈକତରୁ ପାଣ୍ଡବମାନଙ୍କୁ ଉଖାରି ଆଣିବି

ଏବେବି ଶୋଇଛନ୍ତି ଅଥର୍ଵମାନେ ଗଜଦନ୍ତ ପଲଙ୍କରେ,କେଉଁ ଅନ୍ତପୁରେ

କାପୁରୁଷପଣିଆରେ କ୍ଳିଵ ଯେଉଁମାନେ, କି ଲାଭ ସେମାନଙ୍କୁ ସୁସୁପ୍ତି କୋଳରୁ ଜାଗ୍ରତ କରି 

ମାନବିକତାର ପଦ୍ମତୋଳା ଶୁଣାଇବା

ଯେଉଁ ଅଥର୍ଵମାନେ ନିମନ୍ତ୍ରିତ ବିଶେଷ ଅତିଥି ଭାବରେ

ସେମାନଙ୍କୁ ତ ଧରାଇ ଦେଇଛ ଶାସନର ଡୋର ହେଉ ପଛେ କଙ୍କିଟିଏ ଧରିବାକୁ ଅକ୍ଷମ ସେମାନେ

ବାସ୍ତଵିକ କୁମ୍ଭୀରର ମାଂସଲୋଭ ପରି ନିର୍ଵୋଧତାରେ ବଶ ହୋଇ ଵୋଧହୁଏ ବିବସ୍ତ୍ର ଯାଜ୍ଞସେନୀର ଲାଞ୍ଛନାର ଜ୍ଵାଳାରେ ଭୁଷୁଡି ଯିବାର ପ୍ରତୀକ୍ଷାରେ ପରୋକ୍ଷରେ ହାଇ ମାରୁଛନ୍ତି

ନିଦ୍ରାହୀନ ରିକ୍ସାବାଲାର ଝାଳର ଵାସ୍ନା ସେମାନଙ୍କ ନାକକୁ ଆଇଁଷିଣିଆ ଲାଗେ

ମଣିଷର ତପ୍ତ ଅଶ୍ରୁ ଧୁଏ ନାହିଁ ବୁକୁ

ରାନୁ ମଣ୍ଡଳ ଭଳି ସୁଵର୍ଣ ପ୍ରଜାପତିର ଡେଣାରେ ନିଆଁ ଲଗାଇବାକୁ ଭଲଲାଗେ ସେମାନଙ୍କୁ

ରାନୁମାନେ ଦଗ୍ଧ ହୁଅନ୍ତି ନାହିଁ ଅଗ୍ନିରେ,ପଵନରେ ମିଳାନ୍ତି ନାହିଁ କି ଜଳରେ ଦ୍ରବି ପାରନ୍ତି ନାହିଁ!ସେମାନେ ଅପୋଡା,ବିସ୍ତୀର୍ଣ ଭାଗ୍ୟର ଲଲାଟରେ ଏକ ଏକ ଚନ୍ଦନର ବିନ୍ଦୁ

ସେମାନେ ପୃଥିବୀର ସଵୁଜ ପ୍ରାଣ

ସେମାନେ ସାଵ୍ୟସ୍ତ କରନ୍ତି ନିଜକୁ

ହେ କାପାଳିକମାନେ

ବିଭତ୍ସ କ୍ଷୁଧାର ଅସଂଭ୍ରାନ୍ତ ପାପିଷ୍ଠଗଣ

ତୁମେ କଣ ତଟିନୀର ଗତିକୁ ରୋକି ପାରିବ

ଯାଜ୍ଞସେନୀ ପାଇଁ ଊରୁ ଭଙ୍ଗ ହଵ ହିଁ ହଵ

ଝଡ଼ ବୋହିବାକୁ ଆରମ୍ଭ କଲାଣି

ସମ୍ଭଵତଃ ରାନୁମାନେ ଆଉ ସହାନୁଭୂତି ଚାହାନ୍ତିନି

ଏଥର ନିଜ ନିଜର ଛତ୍ରଭଙ୍ଗକୁ ଥରେ ଥରେ ଦେଖିନିଅ ଆଖିରେ

ତୁମେ ସବୁ ପ୍ରତାତ୍ମା ପାଲଟିବ

ନାଁ ଥିବ ଶ୍ରାଦ୍ଧ ନା ଥିବ ମୋକ୍ଷ

ସଵୁ ହେଵ ଆକସ୍ମିକ,ଅଦ୍ଭୁତ

ଅନ୍ତରୀକ୍ଷ ଯାଏଁ ବ୍ୟାପି ଯିବ ସେ କରାଳ ବିଭୀଷିକା

ଯାଜ୍ଞସେନୀମାନେ କବରୀ ସଜାଇବେ ତମମାନଙ୍କ ଜୀବାଷ୍ମରେ,ଅପାଣ୍ଡବା ନୁହେଁ ଏ ଧରିତ୍ରୀ

ପାଣ୍ଡବମାନଙ୍କ ଆଗମନ ଅନିବାର୍ଯ୍ୟ



రచనకు రేటింగ్ ఇవ్వండి
లాగిన్

Similar oriya poem from Abstract