STORYMIRROR

Suniti Devi

Abstract

3  

Suniti Devi

Abstract

ଆଗୋ ନାରୀ

ଆଗୋ ନାରୀ

1 min
420

ଆଗୋ ନାରୀ

ଆଗୋ ନାରୀ ତୁମେ ଅଗ୍ନି ସ୍ଵାକ୍ଷରା

 ତୁମେ ଉଜ୍ଜ୍ଵଳ ଵରଣା

ଶାଶ୍ଵତ ତୁମେ ମହାକାଳ ତୁମେ

ତୁମେ ଆଦରିଣୀ ଝରଣା

ତୁମେ ପାଲଟିଲେ ଵସୁମତୀ ଉତ୍ସ

ଝଞା କୁହଇ କଥା

ପ୍ରଳୟ ରଚଇ ତୁମ ଛାତି ପରେ

ଚହଟଇ କେତେ ବ୍ୟଥା

ଶୁଷ୍କ ଵଦନ ରୁକ୍ଷ ଚେହେରା

ବିହଗିନୀ ଲୁହ ଢାଳେ

ବୈଶାଖ ଯେଵେ ଦୁର୍ଦ୍ଦଶା ଆଣେ

ତନୁରେ ଅଗ୍ନି ଜଳେ

ତୁମେ ସୁନୟନା ତୁମେ ପ୍ରିୟତମା

ତୁମେ ତ ଅର୍ଦ୍ଧାଙ୍ଗିନୀ

ତୁମେ ସୁହାସିନୀ ଲୀଳା ବିଳାସିନୀ

 ତୁମେ ଅଟ ବିଜୟିନୀ

ବାରବଧୂ ତୁମେ ଅମ୍ବାପାଲୀ

 ଗୋ ପିଙ୍ଗଳା ତୁମେ ନାରୀ

ରୁଦ୍ରାଣୀ ତୁମେ ମୃତ୍ୟୁର ଶ୍ଳେଷ

ଦେଇପାର ମନ ଭରି

 ଉଲ୍କା, ଉର୍ମି ,ମେଘ ମୌସୁମୀ

ମାୟାବିନୀ ତୁମେ ନାରୀ

କାମନା କାୟାର ପୂର୍ଣମୀ ଜହ୍ନ

ମାନିନୀ ହୃଦୟ ରାଣୀ

ତୁମେ ମୃତ୍ତିକାରେ ନିର୍ଵାଣ

 ଦିଅ ତୁମେ ଜାହ୍ନଵୀ ଧାରା

ଦୈତ୍ୟ ଦଳିନୀ,ପାପ ସଂହାରିଣୀ

ମଧୁମତି ମଧୁକ୍ଷରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract