STORYMIRROR

Suniti Devi

Others

3  

Suniti Devi

Others

ଶବ୍ଦାୟିତ ଧ୍ଵନି

ଶବ୍ଦାୟିତ ଧ୍ଵନି

1 min
262

ଏକ ଶବ୍ଦାୟିତ ଧ୍ଵନି

କୋଉଠି ଶୋଇବି ଏଵେ ମୁଁ !

ଵିଛେଇ ଦିଅ ତୁଳିତଳ୍ପ ଶଯ୍ୟାଟେ

ଅଥବା ଛଣ ବିଡାଟେ

ଅଵା ନଈପଠାରେ ଆଉଜାଇ ଦିଅ ମୋତେ !

ଚାଳ ଛପର ଘର ସନ୍ଧିରେ ଦୀପଟିଏ ଜାଳି ଦିଅ

ମୋର ଭୂମଣ୍ଡଳରେ ଶୋଇବା ନିଶ୍ଚିତ ଯେତେଵେଳେ

ଏତେ ମର୍ଦ୍ଦଳ,ଘଣ୍ଟର ଶବ୍ଦ କାହିଁକି !

ତମେ କଣ ଜାଣିନ କେତେ କ୍ଳାନ୍ତ ଏ ରାସ୍ତା !

ଟ୍ରାଫିକ୍ ର ଶିହରଣରେ ମୋର ଶୈଶବ,ଯୌଵନ ଓ ବାର୍ଦ୍ଧକ୍ୟ,

ଗେଣ୍ଡାଳିଆ ପରି ଉଡିଯାଇଛି ନିଶବ୍ଦରେ,ଯାହା ଏ ମାଟିରେ ପଡି ରହିଛି ମଲା ପିମ୍ପୂଡିର ଶବ ପରି ତାହା ମୋ ଆସ୍ପର୍ଦ୍ଧା,ମୋର ଅହଂକାର ଆଉ ଶଗଡେ ହେବ ପାପ ! କାହାକୁ ଖୋଜିବ ତମେ?

କାହା ପାଇଁ ଲୁହ ଗଡାଇବ?

ମୋର ଆଞୁଳା ଆଞୁଳା ଐଶ୍ବର୍ଯ୍ୟ,ମୋର ଅବାଧ ପ୍ରତିହିଂସା,ପ୍ରତିଥର ଭିଆଉଥିବା ନୂଆ ନୂଆ ମିଛର ପସରା

ସଵୁ ଏଵେ ବିଛାଇ ହେଇ ପଡିଛି ଏଣେତେଣେ !

ୟା ଭିତରେ ଫୁଲରେଣୁ ଉଡିଯାଇଛି କେଉଁ ଏକ ଅପ୍ରତ୍ୟାଶିତ ଘୁର୍ଣିବାୟୁରେ !

ଶଂଖଚିଲ ନେଇଯାଇଛି ମୋଠୁ ନୀଳରାତ୍ରିଟିଏ

ଆକାଶର ନକ୍ଷତ୍ର ଭିତରେ ପାରୁଛ ଯଦି ମୋତେ ଖୋଜ !

ଜହ୍ନର ପାଖୁଡାରେ ମୁଁ ମାତ୍ର କଳଙ୍କର ବିନ୍ଦୁଟିଏ

ସଜାଡି ହେଇ ଶୋଇପଡିଛି

ସାଇତା ହୋଇ !

ମୋର କ୍ଳୀବତ୍ଵ ବାଲୁଚର ହେବ ଘଡିକ ଉତ୍ତାରୁ,ଫୁଟା କଳସୀରୁ ପାଣି ସରିବା ପରେ

ଅରାଏ ପାଉଁଶ ଭିତରେ ମୋ ଅସ୍ତିତ୍ଵର ଅଙ୍କୁଶ ନଥିବ ଆଉ ତମ ହାତରେ,

ମୋର ଅସ୍ତିତ୍ଵର ଐଶ୍ବର୍ଯ୍ୟକୁ କାନ୍ଧେଇଥିବେ ନୀଳ ଅପ୍ସରାଗଣ,

ଏକ ଆକାଂକ୍ଷାହୀନ ଧ୍ଵନିରେ ଶବ୍ଦାୟିତ ହେବ ସମଗ୍ର ଆକାଶ

ମୁଁ ପୁନଶ୍ଚ ଭୂମି ନିଵଦ୍ଧ ହେଵି

ମୁଁ ହେମନ୍ତ ଶିଶିର,ବସନ୍ତ କି ଶ୍ରାଵଣ ନୁହେଁ, ମୁଁ ଏକ ଓଁ କାର ମାତ୍ର !



Rate this content
Log in