Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santanu kumar Meher

Others Abstract

3  

Santanu kumar Meher

Others Abstract

ଗଢିବାକୁ

ଗଢିବାକୁ

1 min
194



ମୁଁ ଫେରି ଚାହିଁବିନି ଆଉ,

ମୋର ସେଇ ଅତୀତକୁ,

ପୁରୁଣା ସ୍ମୃତି ଆଉ-

ସପନର ସାଇତା ଲେଖାକୁ ।

ଯେଉଁଠି ତମେ,

ଦେଖା ହୋଇଥିଲ ,

କେତେ କଥା କହିଥିଲ,

ମନ ଖୋଲି-କାନ୍ଦିକାନ୍ଦି-

ମୋତେ ଭଲ ପାଇବାକୁ ।।୧।।


ମୁଁ ଫେରି ଚାହିଁବିନି ଆଉ,

ମୋର ସେଇ ଅତୀତକୁ

ଯେଉଁଠି ଗଢିଉଠିଥିବା-

ଅଚିହ୍ନା ସମ୍ପର୍କକୁ ।

ଯେଉଁଠି ହାତ ଧରି ତମେ,

 କେତେ ପ୍ରତିଶ୍ରୁତି ଦେଲ, ପୁଣି

ଲକ୍ଷ ସ୍ଥଳ ମୋର ଭାଙ୍ଗିଦେଲ-

ତମେ ନିଜର କରିବାକୁ ।।୨।।


ମୁଁ ଫେରି ଚାହିଁବିନି ଆଉ,

ମୋର ସେଇ ଅତୀତକୁ।

ଘଟିଥିବା ଢେର ଘଟଣାକୁ,

ଅଜଣାରେ ଆଉଜିଥିବା

ଆଖିର ସତେଜ ଲୁହକୁ ।

ଯେଉଁଠି କଷ୍ଟ ଓ ଅନୁଭବର

ଇସ୍ତାହାରେ ଫୁଟିଥିଲା ଫୁଲ, 

ମୋ ଜୀବନ ଛୁଇଁବାକୁ ।।୩।।


ମୁଁ ଫେରି ଚାହିଁବିନି ଆଉ,

ମୋର ସେଇ ଅତୀତକୁ,

ପୁନର୍ବାର ନିକଟରେ-

ରକ୍ତାତ ହେବାକୁ ,

ଯେଉଁଠି ମୋର - ପୂର୍ଣ୍ଣାଙ୍ଗ ଶରୀର

କ୍ଷତ-ବ୍ୟକ୍ତ ହେଉଥିବ-

ମୁକ୍ତି ଟିକେ ପାଇବାକୁ ।।୪।।


ମୁଁ ଫେରି ଚାହିଁବିନି ଆଉ,

ମୋର ସେଇ ଅତୀତକୁ,

କିଛି ସ୍ମୃତି ନେଇ ବଞ୍ଚିବାକୁ ।

ଯେଉଁଠି ତମର ଜୀବନ ଥିବ,

ମୋର ବାକି ଆୟୁଷ-ପାଇବାକୁ ,

ଆଉ ଥରେ, 

ସମ୍ପର୍କଟିଏ ଗଢିବାକୁ ।।୫।।



Rate this content
Log in