STORYMIRROR

Santanu kumar Meher

Others

3  

Santanu kumar Meher

Others

ଖର୍ଚ୍ଚ

ଖର୍ଚ୍ଚ

1 min
348


ସକାଳ ପାହିଲେ

ସ୍ତ୍ରୀ ମୋ କହୁଛି-

ଉଠ ହେ ବଜାର ଯାଅ ।

ପନିପରିବା- ଓମଫେଡ଼ କ୍ଷୀର

କିଣିକି ନେଇ ଆସ,

ତୁରନ୍ତ ଅଫିସ ଯାଅ ।।୧।।


ପୁଅ ଝିଅ ମାନେ

ସଅଳ ଯିବେ ଯେ 

ପଢିବାକୁ ପାଠ ସ୍କୁଲ ।

ରୁଷେଇ ସାରି ମୁଁ ,

ଶୋଇଯିବି ଟିକେ,

ଖାଇ ପିଇ ପୁରା ଫୁଲ ।।୨।।


ମାସ ଶେଷ ହେଲେ,

ସ୍ୱାମୀ ସ୍ତ୍ରୀ ଙ୍କର-

ମୁହଁ ଫୁଲ୍ଲା ଫୁଲି ରାଗ ।

ବୁଝିଲେ ବୁଝ -

ନ ହେଲେ ନାହିଁ,

ବାପା ଘର ତୁମେ ଭାଗ ।।୩।।


ଦରମା ଟଙ୍କା ତ ,

ନିଅଣ୍ଟ ହୁଏ ଯେ-

ପରିବାର ଘର ପାଇଁ ।

ପରସ୍ପର ନୀତି, ଆଙ୍ଗୁଠି ଦେଖାଇ

ଝଗଡା କରନ୍ତି-

ହୁଏ ବୋଲି ଖର୍ଚ୍ଚ ପାଇଁ ।।୪।।

*****


Rate this content
Log in