STORYMIRROR

Santanu kumar Meher

Abstract

3  

Santanu kumar Meher

Abstract

ଆଉ ଚଳିବନୀ

ଆଉ ଚଳିବନୀ

1 min
420


ଆଉ ଚଳିବନୀ

ମନ ଭୁଲାନିଆଁ

କଥା କୁହା ତମ ନୀତି

ଶୁଣି ଶୁଣି ଆମେ

ନିଷ୍ଠୁର ହେଲୁଣି

ଗଲୁଣି ରାଗରେ ତାତି


ମିଛ ପ୍ରତିଶ୍ରୁତି 

ଛଳନା ତମର

ଏବେକାର ତମ କୀର୍ତ୍ତି

ଜନତାଙ୍କ ଦାବି

ଆନ୍ଦୋଳନ ସ୍ୱର

ଚାରିଆଡେ ଦେଖା ଗତି


ଶିକ୍ଷା,ସ୍ୱାସ୍ଥ୍ୟ ସେବା

ଗମନା ଗମନ

ବିକାଶର ପ୍ରତିଶ୍ରୁତି

ନାଁ କୁ ସର୍କାର

ଯୋଜନା କରନ୍ତି

କହନ୍ତି କଥା ପ୍ରଗତି


ପାଞ୍ଚ ବର୍ଷ ପାଇଁ,

 ରାଜନୀତି କାଳ

ନେତା-ମନ୍ତ୍ରୀଙ୍କର ସବୁ ପୀରତି

ନିର୍ବାଚନପରେ

କେତେ ପ୍ରତାରଣା

ଜନତାଙ୍କୁ , ନେତା ନୀତି


ମଦ ମାଂସରେ

ଆଉ ଚଳିବନୀ

ଏଥରକ ରାଜନୀତି

ମଉସା-ମାଉସୀ-ପିଉସୀ

ଡାକି କହିବନି

ଦେଇ ଟଙ୍କା ଭକ୍ତି


ତମ କୁହାଳିଆ

ନେତାକୁ ଜାଣିଛୁ

ଜାଣିଛୁ ତାଙ୍କ- ପ୍ରକୃତି

ଭୋଟ ସରିଗଲେ

ଦେଖା ତ ମିଳେନି

ନେତାଙ୍କର ପ୍ରେମ ପ୍ରୀତି


ସରଳ ନିରୀହ

ଜନତାଙ୍କୁ ତମେ

କେବେ ଆଉ ଦେବ ମୁକ୍ତି

ଆଉ ଚଳିବନୀ

ମନ ଭୁଲାନିଆଁ

ଭାଷଣ ତମର ଖାଲି

ଶୁଣି ଶୁଣି ଆମେ

ନିଆଁ ଭଳି ଏବେ

ଗଲୁଣି କେତେ ଯେ ତାତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract