STORYMIRROR

Santanu kumar Meher

Classics

3  

Santanu kumar Meher

Classics

ନୁଆଁ ଖାଇ ଜୁହାର

ନୁଆଁ ଖାଇ ଜୁହାର

1 min
510


ବର୍ଷା ପଡିଲା ଟୁପୁରୁ ଟାପୁରୁ

କେଶର ମାଇଲା ଗଜା

କ୍ଷେତ ବିଲ-ବାଡ଼ି ଓଦା ହୋଇଗଲା

ପିଲାମେଳି କଲେ ମଜା


ହଳ ନଙ୍ଗଳ , ଧରି ଚାଷୀଭାଇ

ବିଲରେ ବୁଣିଲା ଧନ ଗଜା

କେଇ ଦିନ ପରେ ଅଣ୍ଟା ଭିଡ଼ିଲା

ଶସ୍ଯ ଶ୍ୟାମଳା ରାଜା


ବାସ ଚନ୍ଦନରେ ଫୁଲ ଫଳ ଆସି

ହସିଲା ଧରା ମଉଜା

ଖୁସି ଆନନ୍ଦରେ ପରବ ପାଳନ୍ତି

ଚାଷୀ-କୃଷକ ଭାଇ ରାଜା


ଘର ଦୁଆରକୁ ସଫା ଯେ କରନ୍ତି

କୃଷି ଘର ସବୁ ପରଜା

ନୁଆଁ ଧାନେ ପୁଣି, ଖିରି-ପିଠା-ମଣ୍ଡା 

କରନ୍ତି ପୂଜା ଧୁଜା


ଭାଇଚାରା ଖେଳେ, ଦେଶ ବିଦେଶରେ

ପିଠା ମଣ୍ଡା ଖାଇ ଚୁଡା ଭଜା

ସାନ ଠାରୁ ବଡ, ନୀତି ନିୟମରେ

ନୁଆଁ ଖାଇ ଜୁହାର

କରନ୍ତି କେତେ ମଜା


ସଶ୍ୟର ମଙ୍ଗଳ, ଉନ୍ନତି ପାଇଁ କି

ଦେବୀଙ୍କ ନିକଟ ଭକ୍ତି ପୂଜା

ସବୁ ବର୍ଷର ଚର୍ତୁଥି ପରେ

ଆସେ ନୁଆଁ ଖାଇ

ଜାଣିଥାଅ ସବୁ ମୋର ପ୍ରଜା


ତିଥିବାର ପୁଣି, ନକ୍ଷେତ୍ରରେ ଜାଣ

ଭାଗ ହୁଏ ମିଠା ଗଜା

ନୁଆଁ ଖାଇ ଆସେ-ସବୁ ଋତୁପରି

ଜଣାଇ ଜୁହାର ତାଜା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics