କଷ୍ଟ
କଷ୍ଟ
1 min
379
ସମୟର ଗତି
ଯାଏ ଧୀରେ ଧୀରେ-
କର୍ମତର ପଦ ଚିହ୍ନରେ ।
କେବେ ଝୁଣ୍ଟି ପଡେ ,
ନିରୁପାୟ ହୋଇ-
ପାହାଚର କଣ୍ଟା ଘାତରେ ।।୧।।
ଲମ୍ବି ଯାଏ ପୁଣି,
କେତେ ରକ୍ତ ଛିଟା ।-
ଆଇନାର ଦାଣ୍ଡ ହାଟରେ ।
ଜୀବନର ଆଶା,
ମରୁ ମରୀଚିକା-
ମଲାଟର ସଜ ମନରେ ।। ।।୨।।
ଦୁଃଖ ଏଠି-ସୁଖର
ଅନୁଭବୀ ହୋଇ-
କେତେ ଯେ ଖୁସି ଭରେ ।
ତଥାପି, ଜୀବନ ବଞ୍ଚେ,
ଯନ୍ତ୍ରଣାକୁ ଆଉଜି-
ବେଦନର ସଫେଦ ପୃଷ୍ଠାରେ ।।୩।।
କେବେ ସେ କହେ -
ନିରୋଳାରେ ନିଜେ,
ଆଖିର ଆଞ୍ଜୁଳାଏ ଲୁହରେ ।
ତ, ପୁଣି କେବେ,
ହାଡ ମାଂସ ଭରା ଶରୀର
ମରିଯାଏ ଅସହ୍ୟ କଷ୍ଟରେ ।।୪।।