ହତାଶା
ହତାଶା
ଜୀବନ ଏଠି- ନଈଟିଏ ,
ଅଙ୍କାବଙ୍କା ସହରେ ।
କେତେ କାଳ-କେତେ ଋତୁ
ବୋହି ଚାଲେ ଭୂଇଁରେ ।।୧।।
ଦିଗବଳୟ ସୃଷ୍ଟି ତାର
ପ୍ରକୃତି ଛାଇରେ ।
କେତେ ସ୍ୱପ୍ନ ଭାସି ଉଠେ
ଦିନ ଅବା ରାତ୍ରିର ଶେଯରେ । ୨।।
ବଞ୍ଚିବାକୁ ଖୋଜେ ଖାଲି
ମନ ଏଠି ମନରେ ।
ନୂଆଁ ଏକ ପ୍ରଲୋଭିତ,
ଛାଇର ଠିକଣାରେ ।।୩।।
ଜୀବନ ଏଠି ଦେଖେ ପୁଣି,
କେତେ ଦୁଃଖ-ଅସହାୟ ଚେହେରା
ଅସ୍ପଷ୍ଟ ଲୁହ ଭରି ନେତ୍ର
ଜନତାଙ୍କ ମନସାରା ।।୪।।
ଏଠି, ଦଳଟିଏ ଜନ୍ମ ନିଏ,
ବଂଚିବା ଆଶାରେ ।
ଖଟିଖିଆ ମେହେନତି-
ଶ୍ରମିକଙ୍କ ଆଶାରେ ।।୫।।
ବୈଜ୍ଞାନିକ-ଯୁକ୍ତିରେ ଦିଏ ଶିକ୍ଷା
କେବଳ ଗୋଟିଏ ଆଦର୍ଶରେ ।
ମୁକ୍ତି ପାଇଁ ଆନ୍ଦୋଳନ-
ଜନତାଙ୍କ ଡାକରା ଶ୍ରୋତରେ ।।୬।।
ବଢେ ନୀତି , ବ୍ୟବହାର -
ଜିନିଷପତ୍ର ଯେତେ ସରଞ୍ଜାମ ।
ବଞ୍ଚିବାକୁ-ଖାଇବାକୁ,
ମିଳେ ନାହିଁ ଏଠି କାମ ।।୭।।
ଜୀବନ ନୀତି ଚାରି ଆଡ଼େ
ହତାଶା ଫଳରେ ।
ବନ୍ଦୀ ହୁଏ କଳଙ୍କର,
ମିଛ ଆଇନାରେ ।।୮।।
ଲେଖେ ପୁଣି ଇତିହାସ
ଗାରିମା-ଗାଥାରେ ।
ପୁଲକିତ ଭାବନାର,
ବେଦନା ବନ୍ୟାରେ ।।୯।।
ସତେଜ ଏବେ ବି
ସମୟର କିଛି ନୀତି-
ଜନତାଙ୍କ ପାଇଁ ।
ତେବେ,
ଲୋଡ଼ା ହେବ କେବେ-
କେଉଁ ମୁହୂର୍ତ୍ତରେ
ହତାଶାକୁ ଦୁରେଇ ।।୧୦।।
