STORYMIRROR

SURESH KUMAR MOHAPATRA

Abstract

4  

SURESH KUMAR MOHAPATRA

Abstract

ମରୀଚିକାର କବିତା

ମରୀଚିକାର କବିତା

1 min
261

ତୁଳୀଟିଏ ଧରି ନିଜ ଆକାଶରେ 

ରଙ୍ଗ ଦେଉ ଦେଉ,

କର୍ମର ବନ୍ଦ କୋଠରୀ ଭିତରୁ

ଛଟ ପଟ ହୋଇ 

ଦୌଡ଼ି ଆସେ ଭାଗ୍ୟ 

ଝରକାର ଫାଙ୍କ ଦେଇ,


ଇନ୍ଦ୍ର ଧନୁର ଦୋଳିରେ ପାହାଡକୁ ଛନ୍ଦି 

ଆକାଶ ଛୁଇଁବା ବେଳକୁ

ମନ ମସଗୁଲ ହୁଏ

ବନ୍ଧନର ଶିକୁଳି ଛିଣ୍ଡେଇ


ଏଇ ଦେଖ ପଦ୍ମ ହସୁଛି,

ଶିଉଳିର ଚାଦରକୁ ଟାଣି 

ତୋଳି ଆଣିବାକୁ ଢେର ଇଚ୍ଛା

ତା ଅସ୍ତିତ୍ୱ କିନ୍ତୁ ପଙ୍କରେ ....!


ମୋ କବିତା ଭଳି 

ଶ୍ୱେତ ବସ୍ତ୍ରୀଆଙ୍କ ଥୋପ

ତାଙ୍କ ବାକ୍ୟ

ଖାଲି ମରୀଚିକାର ଦିବା ସ୍ବପ୍ନ

ସବୁ ପାଣିର ଗାର

ପ୍ରତିଟି କର ଯୋଡ଼ାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract