STORYMIRROR

SURESH KUMAR MOHAPATRA

Others

3  

SURESH KUMAR MOHAPATRA

Others

କାହାପାଇଁ ସ୍ୱାଧୀନତା

କାହାପାଇଁ ସ୍ୱାଧୀନତା

1 min
274


ସୀମାରେଖା ତଳେ ସୀମାହୀନ ବାତ୍ୟା

ପୀଡିତ,ଗରିବ ବାସହରାଙ୍କର 

କାହା ପାଇଁ ଲେଖା ସମ୍ବିଧାନ ମନ୍ତ୍ର

ଲାଚାର ବିଭଚ୍ଚ କ୍ରନ୍ଦନର ।


ଜାତି,ନୀତି,ରୀତି ବାରିସୀରେ ଏଠି

ଖୋଦିତ ହୁଏ ମୃତ୍ୟୁ ମାନସର 

କାହା ପାଇଁ ଏଠି ଯୋଜନା ଯୋଜନର

ଶିଳାନ୍ୟାସ ,ନବ ବିପ୍ଲବୀଙ୍କର


ମଣିଷର ଭାଗ୍ୟ ଆଇନ ରେ ଛନ୍ଦା 

କର୍ମର ଅଣ୍ଟିରେ କି ଭବିଷ୍ୟତ ବନ୍ଧା 

ଆରକ୍ଷଣନୀତି ଉଚାରୀ ପଣ୍ଡିତେ

କ୍ଷତାକ୍ତ ମନରେ ,ଆଶ୍ୱାସନା ବୋଳେ ।


ମନ କଳା ହେଉ ବସ୍ତ୍ର ଶ୍ୱେତ ଧ୍ୟାଇ

କମଣ୍ଡଳ ମାଗିଖିଆ ଙ୍କର

କେତେ ଯେ ବାହାସ୍ପଟ ,ମନ ଛଟପଟ

ଟିକସ ଖିଆ ସାଆନ୍ତେ ଙ୍କର


ସୁପାରୀ କିଲର ମାଳ ମାଳ ଏଠି

ଖାଲି ବରାଦ ଦବାହିଁ ବାକି

ରଙ୍ଗମଞ୍ଚପରେ ଅଙ୍ଗି ଭଙ୍ଗି ଦେଖି

ଫସନ୍ତି ମଦମାଂସ ଭୋଜି ଯୋଗୀ।


ପୁରୁଷୋତ୍ତମଙ୍କୁ ପ୍ରଣାମ ଜଣେଇ

 ଯୋଡ଼ା କରକୁ ଦେଖେଇ

ମାନଭଙ୍ଗ କରେ ରାବଣର ଦରବାରୀ,

କାହାପାଇଁ ଦେଲ ଅଭୟର ହାତ

ରୁଦ୍ର ରୂପୀ ଦେଶ ପ୍ରେମୀ


ତୁମ ଅଧିକାର ଭଙ୍ଗ ହୋଇଗଲା 

ଦେଖି କାହା ଜୋଡ ହସ୍ତ

କିବା ଜାତିରପିତ୍ତାଙ୍କ ହସ କିଣିନେଲା 

ଗୁପ୍ତ ଚେତନା ସେତକ 

 ଭସ୍ମାଶୁରରୂପୀ ନର ନାରାୟଣ 

ସ୍ମିତ ହସ କପଟୀର 

ମାନଭଙ୍ଗ ଖାଲି ସୁରା ଓ ନାରୀରେ

ହୀନ,ବିଶ୍ୱାସଘାତି ସେ ସୌଦାଗର ।


ଉଠ ଉଠିଯାଅ ଜିବନ୍ତ ମୂର୍ଦ୍ଧାର

ଭାଙ୍ଗିଦିଅ କଳେବର 

କାହାକୁ ଦୟାରେ ଦରବ ଦେଉଛ

ଖଳ ରୂପୀ ଈଶ୍ୱର ।



Rate this content
Log in