STORYMIRROR

SURESH KUMAR MOHAPATRA

Children Stories Children

3  

SURESH KUMAR MOHAPATRA

Children Stories Children

ସେଇ ପିଲାଦିନ

ସେଇ ପିଲାଦିନ

1 min
220

ସମୁଦ୍ରର ଢେଉ ପରି ସମୟର ବୟସ

ତା କୋଳରେ ବୁଲି ବିଭୋର ହେବା ପରେ 

ମନେ ପଡେ ତା ହସ ପଛର କାହାଣୀ

ଚକାଚକ ପିଲାଦିନ,ପିଲି ଖେଳ ,ମାଟି ଘରର ମହକ ।


ଗାଁ ତେନ୍ତୁଳି ଗଛରୁ ନିମ୍ବ ଗଛ ଛଡେଇନିଏ

କଁଳିଆ ଜହ୍ନକୁ ,

ଗାଁ ଯାତ୍ରା,ନାଟକ ମୌଜ ସବୁ ସରିଯାଏ

ଅଳସୁଆ କ୍ଲାନ୍ତ ଆଖି ଝୁରୁ ଥାଏ 

ଅପରିଚିତ ଲୋକଙ୍କୁ ,ଖେଳନାବଜାର, ଗୁଡିଆପାଲିର ଡବଡବ ଶବ୍ଦ,ଚଣାବିକାଳୀ ବୁଢ଼ୀର ଟିଣ ଡବା

ଖାଲି ମୁକୁଳା ହୃଦୟରେ ଆବର୍ଜନା ନିଷ୍ପ୍ରଭ ରାତିର କଳଙ୍କ ବାକିଥାଏ,ନୂଆ ସକାଳେ 

ସ୍ମୃତି ରେଣୁ ହୋଇ ଝରେ ପ୍ରତି ଶ୍ଵାସପ୍ରଶ୍ଵାସରେ 

ଯାଆଁଳା ଠାରୁ ଝାଉଁଳାଗଛ ଯାଏଁ ସବୁ କ୍ଲାନ୍ତ ।


ଝାଉଁବଣର ହିଂସ୍ର ଶବ୍ଦ ଆଭାସ ଦିଏ 

 ଗାଁ ଜମିରୁ ବିରିକିଆରୀ କାନ୍ଧେଇଆଣିବାର କୁନି ପ୍ରୟାସ 

କୋଳାହଳ,ଜନପଦରେ ବାରମ୍ବାର କୃଶବିଦ୍ଧ ଶୈଶବର ନିୟତି ।

ଜୀବନବି ତ ଜମିହୁଡ଼ାଠୁ କମ ନୁହେଁ !

 

ଗତ ପାଦଚିହ୍ନ ସବୁ ସାଉଁଟି ଦିଅନ୍ତି ମାର୍ଗଶିର ଝୋଟିର ଝଲକ 

 ଶାମୁକା ,ବାଲି ଆସ୍ଥରଣ,ଗୋବର ,

ଗୋଧୂଳି ବାସର ପ୍ରହେଳିକା ଦେଇ

ଆଙ୍କିଦିଏ ରଙ୍ଗବେରଙ୍ଗି କୁମାରପୂର୍ଣ୍ଣିମୀ 

କିଛି ସମୟର ପରିହାସ ପରେ ,

ସବୁ ଲିଭିଯାଏ ଧୂସୁରିଆ ଜଳରେଣୁର କଳରବରେ ।


ସାଥିଟିଏ ଜରିବନ୍ଧା ବନ୍ତି ଫୋପାଡ଼ି ଦିଏ 

ଅକସ୍ମାତ ଗାଁ ମୁଣ୍ଡାଳିର ପଡିଆରୁ ସମୁଦ୍ରତଟ ଯାଏଁ

ସାଙ୍ଗସାଥୀଙ୍କ କୋଳାହଳ,

ପେଟଚାଖଣ୍ଡେର ଜଞ୍ଜାଳ ,

ସବୁ ଭାରି ପଡ଼ିଯାଏ,

ମୁଣ୍ଡରେ ଶକ୍ତଧକ୍କା ବାଜେ ,

ବିତି ଯାଇଥିବା ସ୍ମୃତି ହୋଇ ।


ଲହଡିର ଚଞ୍ଚଳତା,ପ୍ରଚଣ୍ଡତା ଯୋୖବନ ସାଥିରେ  

କିଛି ଦିବସ,ରାତ୍ରର ଫର୍ଦ୍ଧ ଓଲଟି,

ସବୁ ଶାନ୍ତ ଶିଥିଳ,

ଯଥା ପୂର୍ବଂ ତଥା ପରଂ ,

ସ୍ୱାଭାବିକ ମନ ଅସ୍ଵାଭାବିକ ହୋଇ ଝୁରେ 

ସେଇ ପିଲାଦିନର ସମୟ ।


ଆଉ ତା ପରେ 

ମୋ ମାଟିର ବାସ୍ନା ଗାୟବ ,

ସାଙ୍ଗସାଥି ଫି ଦିନ ଜଞ୍ଜାଳରେ,

ପିଲାଦିନ କ୍ୟାଲେଣ୍ଡର ହୋଇ କାନ୍ଥରେ ଝୁଲୁଥାଏ ।

 ଜରିବନ୍ଧା ବନ୍ତି, ସ୍ୱାର୍ଥର ପୁଟୁଳି ହୋଇ ଫାଇଲ ଭିତରେ ଗଡିଥାଏ ।

 ସ୍ମୃତି ହଜିଯାଏ ବର୍ତ୍ତମାନର ସ୍ୱାର୍ଥ ପୂରଣରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍