STORYMIRROR

SURESH KUMAR MOHAPATRA

Inspirational

3  

SURESH KUMAR MOHAPATRA

Inspirational

ନୁଆଁ ସକାଳ

ନୁଆଁ ସକାଳ

1 min
232

ଗତ ଜଞ୍ଜାଳରୁ ମୁକ୍ତ ହୋଇ ଆଖି ଖୋଲିବା ପରେ,

ନୁଆଁ ଏକ କେପଟେନ ମୁରୁକି ହସି ପଙ୍ଖା ଶବ୍ଦରେ କୁହେ,

ମୁଁ ସମୟ, ଅନେକ ବାଟ ଚାଲିବାର ଅଛି

ଉଠ ମହାରାଜ ,ବେଡ଼ ଛାଡ଼ 

ପୁଣି ଆରମ୍ଭ ହୁଏ ଫି ଦିନର ନୁଆଁ ନାଟକ।


ଠିକ ସେତିକି ବେଳେ ଘଣ୍ଟାର ଟିକ ଟିକ ଶବ୍ଦ 

ଆନ୍ଦୋଳିତ କରେ ମନକୁ 

ଦୌଡ଼ିଚାଲେ କର୍ମର ଘୋଡା ଅନେକଦୁର

ସାଉଁଟିବାକୁ ମନର ବ୍ୟବସ୍ଥା,କର୍ମର ଅବସ୍ଥା।


ଭୂମି ସ୍ପର୍ଶରେ ପାଦ ତଳୁ ମୁଣ୍ଡ ଯାଏଁ

ରୋମାଂଚିତ କରେ ଅନେକ ଉନ୍ମାଦନା,

ଆଖିରେ ଦଲକାଏ ସ୍ବପ୍ନ,ଶିଥିଳ ତନୁ 

ଭେଣ୍ଟିଲେସନ ତଳର ମାଇକେଲ ଜ୍ୟାକସନ୍(ଅଳନ୍ଧୁ) ମୁରୁକି କୁହେ,

କର୍ମ ନୁହେଁ କେବେ ଛୋଟ ଅବା ବଡ଼

ମନର ଭାବନା ହିଁ ଛୋଟକୁ ବଡ଼,ବଡ଼କୁ ଛୋଟ କରିଦିଏ।


ପାଦ ଥାପି କବାଟ ଖୋଲିବା ପରେ

ବନ୍ଦ କୋଠରୀ ଭିତରୁ କେହିଜଣେ ବିଦାୟ ନିଏ,

ସୁନୀଳ ଆକାଶ ଆଡେ

ଶୀତଳ ସକାଳର ଉଷ୍ଣ ଜଳର ଛୁଆଁରେ 

ମନ ତ ଅତିଶୟ ଚଞ୍ଚଳ

କାନେ କୁହେ ଏହି ଦେଖ ତୁମ "ନୁଆଁ ସକାଳ" ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational