STORYMIRROR

SURESH KUMAR MOHAPATRA

Tragedy Inspirational

3  

SURESH KUMAR MOHAPATRA

Tragedy Inspirational

ଦେଶ

ଦେଶ

1 min
130


ସେଦିନ ସେମାନେ ରେଖାଟିଏ ଟାଣିଲେ

ଛାତିଚିରି ଭାଗବଣ୍ଟା ହେଲା 

ଦି ଖଣ୍ଡ ହୃଦୟ 

ଖଣ୍ଡେ ମୁଣ୍ଡ ଉପରେ 

ଖଣ୍ଡେ ପାଦ ତଳେ


ପେଟରେ ପୋତି ଦିଆଗଲା 

ଦୁଇ ରଙ୍ଗର ପତାକା 

ଲେଖାଗଲା ନୂଆ ଶ୍ୱେତପତ୍ର 

ହୁଇପ ଜାରି ହେଲା 

ନିକିତିରେ ତୋଳା ହେବ  

ଈଶ୍ୱର ଓ ଆଲ୍ହାଙ୍କ ଅସ୍ତିତ୍ୱ 

 

ଦଳେ ଈଶ୍ୱରଙ୍କ ପାଖୁ ଦୌଡ଼ିଲେ

ବାକି ଆଲ୍ହାଙ୍କ ପାଖୁ 

ମାନବବାଦର ବଟକରାକୁ ଫିଙ୍ଗିଦେଇ

କିଛି ରକ୍ତର ହୋଲି ଖେଳିଲେ


ଜଣେ ଥିଲେ

ହରଏକ ସ୍ୱରାଜ୍ୟର ଅଧୁରା ସ୍ବପ୍ନକୁ ପୋଛିଦେଇ,

ଲୁହର ନଦୀରେ ଭସାଇ ଦେଲେ  

କ୍ଷତାକ୍ତ ମାଟିର କଳଙ୍କିତ ଅଧ୍ୟାୟକୁ


ସେଦିନ

ଚରଖା ଚଷମା ଘଡି

ଖଦଡ଼ ବାଡ଼ି ,

ହାର ମାନିଗଲା

କେଇ ମୁହୂର୍ତ୍ତରେ 

ଟୋପି ଟୀକା ପଗଡ଼ି ଦ୍ଵନ୍ଦରେ


ସେଦିନ

ଟଳି ପଡିଲା ମହାନ ଆତ୍ମା

ମାଟିର ହୃଦୟଫଟା ରକ୍ତରେ

ନିଜକୁ ଭିଜେଇବା ପାଇଁ 

ମା ସହ ମାଟି ହେବାପାଇଁ 

ହେ ରାମ ଶବ୍ଦ ରେ 

ନିଶବ୍ଦ କରିବା ପାଇଁ ନିଷ୍ପ୍ରଭ ସ୍ବପ୍ନ ମାନଙ୍କୁ ।


ସେଦିନ 

କେହି ଜଣେ ଚିକ୍ତାର କଲା 

ବାପୁ ଉଠିଯାଅ ,

ଭିଡି ଧର ଅନୁସାଶନର ବାଡ଼ି

ଏଇ ଦେଖ ତୁମ ଦେଶ କାନ୍ଦୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy