STORYMIRROR

SURESH KUMAR MOHAPATRA

Tragedy Others

3  

SURESH KUMAR MOHAPATRA

Tragedy Others

ପ୍ରୟାସ

ପ୍ରୟାସ

1 min
220


ଗୋଧୂଳି ବାସର ସ୍ବପ୍ନ

ସବୁଜ ଗାଲିଚା ଭାବି

ଡେଇଁବାର ଦୁଃସାହସ

ଭେଟିଦିଏ 

ଅଗ୍ନିର ସାୟାହ୍ନ ।


ଦୀପ ଶିଖା ଘିଅର ଅର୍ଘ୍ୟରେ

ଗର୍ବିତ ନିଜ ରିକ୍ତ ଆଭୂଷଣେ

କିଛି କ୍ଷଣର ପ୍ରକାଶ ପରେ

ସବୁ ଶୂନ୍ୟଶୂନ୍ୟ, ମହାଶୁନ୍ୟ ।


ଦିବସ ଗାରିମା ଯେବେ

ରବିଙ୍କ ମହିମା ମଣ୍ଡେ

ବିଦ୍ରୋହୀ ଜହ୍ନ 

ପାହାଡ଼ ଠୁ ମୁଣ୍ଡ ଟେକେ,

କିଛିମୁହୂର୍ତ୍ତର ବିଦ୍ରୋହ ପରେ

ସକାଳର ଶିଥିଳତା

ପକ୍ଷୀର କାକଳି

ସର୍ବ କ୍ଷାନ୍ତ ,ସର୍ବ ଶାନ୍ତ ।।


କେବେ ଦେଖିଛ???

ବର୍ଷାରେ ଶାନ୍ତ 

ଦଗ୍ଧ କୋଠରୀ

କେବେ କରିଛ ???

କାଗଜ ଡଙ୍ଗାରେ

ସମୁଦ୍ର ସେପାରି ବେପାର !


ହଁ ମୁଁ କିନ୍ତୁ ଉଡ଼ିଛି

କାଗଜ ଠୁଙ୍ଗାରେ ଗୁଡ଼ି କରି

ଆକାଶ ଠୁ ଚନ୍ଦ୍ରମା ଯାଏଁ

ସାତ ସମୁଦ୍ରରୁ ସୂର୍ଯ୍ୟ ପର୍ଯ୍ୟନ୍ତ,


ତୁମେ ବି ଉଡିପାର 

ମୋ ସାଥିରେ ।

ଖାଲି ଦରକାର 

ଅଧା ବୟସ 

ଶେଷରେ କିନ୍ତୁ ମହାଶୂନ୍ୟ

ରବିଙ୍କ ତେଜକୁ ତେଜି

ଉଠିବାକୁ ହେବ

ଉଡିବା ଲୋଭରେ ।।


ଜଳି ଜାଳିବାର କଳା

ହିଁ ତ ଜୀବନ

ଖାଲି ଦରକାର 

ସ୍ବପ୍ନ ଦେଖେଇବା ଲୋକ

ସ୍ବପ୍ନ ଦେଖିବା ଲୋକ

ଆଉ ଦରକାର 

ସ୍ବପ୍ନ ଭାଙ୍ଗିବା ଲୋକ,

ଏଇତ ଜୀବନ !



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy