Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SURESH KUMAR MOHAPATRA

Children Stories Children

3  

SURESH KUMAR MOHAPATRA

Children Stories Children

ମାଟିର ବାସ୍ନା

ମାଟିର ବାସ୍ନା

1 min
309


ରଙ୍ଗ ବେରଙ୍ଗୀ ପ୍ରଜାପତିଙ୍କ ବଗିଚାରେ

ପାଦ ଥାପି ଚାଲୁ ଚାଲୁ

 ମାଟି ଆସ୍ତରଣରେ ଭିଟା ମାଟି ସ୍ୱାଗତ କରେ ଭିଜା ବାସ୍ନାରେ ।


ପାଟ ପୋକ, କଷି କାଙ୍କଡ଼, ବୋଦକା

ରେଶମୀ ଜଳ ଛିଟାର ଘାସ, ଗୋଡ଼କୁ ଆଉଁସି ଚାଲେ ।

ଓହୋ କି ଆନନ୍ଦ, ସ୍ୱର୍ଗୀୟ ଆନନ୍ଦ


ଝିପି ଝିପି ବର୍ଷା ସାଙ୍ଗକୁ, ମୁଁ ଓ ମୋ ଭାଇ

ଟିଫିନ କେରେଜ, ସ୍କୁଲ ୟୁନିଫର୍ମ 

ବାଟ ନାଳରେ, ବଢି ପାଣିର ଭୀମ ଶବ୍ଦ

ସବୁଜିମା ପରିବେଶ, ମୋ ଗାଆଁ ।


ହଳ ଲଙ୍ଗଳ, ଧାନ କିଆରୀ ଭରା ଶଗଡ଼ ଡାଲା

ରଙ୍ଗ ବେରଙ୍ଗୀ ଜରି ପିନ୍ଧା ସ୍ତ୍ରୀ ଲୋକ, ପିଠିରେ ହସୁତା କୁନି ଛୁଆ ।

କର୍ମର ଶ୍ରେଷ୍ଠ ନାୟିକାଙ୍କ ସହ ଭେଟ

ଆମ ଜମି ହୁଡାର ଆରପଟ ।।


ଶୀତଶୀତିଆ ପାଳର ପାହାଡ଼ରେ

ଲୁଚକାଳି ଖେଳର ଆଭାସ ।

ନୂଆ ଧାନର ଛାତି ଉପରେ 

ସ୍ୱାଗତର ଝୋଟି, 

କାଶତଣ୍ଡି ଫୁଲର ଡେଣା ମେଲି ନୀଳ ଆକାଶକୁ କୋଳେଇବାର ପ୍ରୟାସ ।


ଟାଉଁ ଟାଉଁ ଗ୍ରୀଷ୍ମର ପ୍ରଚଣ୍ଡ ଖରାବେଳେ 

ଭେଠ ହୁଏ ଆମ ଜମି ଆମ୍ବ ତୋଟାର କୋଇଲି ସହ, ମଧୁର କାକଳୀରେ ଅତିଥି ସତ୍କାର ।

ବୁଢ଼ୀ ମାଆର କଳା ଚଷମା ଆଗକୁ ବାଟ କଢାଏ, 

ନାନୀ ହାତରେ ପୁରାଣ ପୋଥି,

ପଞ୍ଚୁ ପାଣ୍ଡବଙ୍କ ପ୍ରଖର ଚାଲି,  

ଗାଈପଲଙ୍କ ପାଦ ଥପା ଶବ୍ଦ, ହମ୍ବା ରଡି।

ଉଷୁମ ପାଣି,କୁନି ହାତରେ ଆମ୍ବସାଉଁଟିବାର ପ୍ରୟାସ ।

ସବୁ ଅଭୁଲା ସୂର୍ଯ୍ୟଙ୍କ ଠାରୁ ବି ଅତିଶୟ ତେଜ ନୀତି ଉଦୟ, ଅସ୍ତ ନାହିଁ ଯାର ।



Rate this content
Log in