STORYMIRROR

SURESH KUMAR MOHAPATRA

Classics Inspirational

4  

SURESH KUMAR MOHAPATRA

Classics Inspirational

ହେ ରାଧେ

ହେ ରାଧେ

1 min
274

ଶୂନ୍ୟତାର କୋଳାହଳେ 

ଶବ୍ଦ ଶୁଭେ ,ଗଗନରେ କାନନରେ

ବଂଶୀ, ମୟୁର ପାଦ ରେଣୁ

ଯମୁନାର ନୀରବତାରେ, ସେ କିଏ ।


ସାଧାରଣ ଗୋପୀ ତ ନୁହଁ 

କୁଞ୍ଜବନର ସ୍ବପ୍ନ ବୋଳା ନାୟିକା 

ନା ବିଭୁଙ୍କ ଅଲିଅଳି ପ୍ରେମିକା!


ଦୁଇ ଆତ୍ମା ମିଳନର ଶେଷ ଶୃଙ୍ଗାର  

ରଙ୍ଗୀନ ରାତ୍ରର ଶାଶ୍ୱତ ଅନୁଭୂତି ।

କଳା କାହ୍ନୁର ହୃଦଗୌରବ  

କ୍ଷୀରାବ୍ଧ ସାଗରର ଅନ୍ତହୀନ ଆସ୍ଥରଣ

ସେ କଣ ତୁମେ ଶ୍ରୀକୁଞ୍ଜ ବିହରିଣୀ,

ହଟିଆ କାହ୍ନୁର ହୃଦୟର ରାଣୀ।


କୃଷ୍ଣଙ୍କ ପ୍ରେମର ଚଲା ପଥେ 

ବାକିଥିବା ବିରହର ପାଦ ଚିହ୍ନ ତୁମେ,

ଚିତ୍ତ ଚୋରଙ୍କ ହର୍ଷିତ ଓଠରେ ତୁମେ,

ବଂଶୀ ସ୍ୱରର ମାଧୁର୍ଯ୍ୟତାରେ ତୁମେ,

ତୁମେ ହିଁ ପ୍ରେମ

ପ୍ରେମ ହିଁ ତୁମେ 

ମହଯୋଗୀଙ୍କ ନିବିଡ଼ ତପସ୍ୟାରେ;

ହେ ରାଧେ ତୁମେ ହିଁ ତୁମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics