କାରାଗାର
କାରାଗାର
ପ୍ରତିଦିନ ମୋର,
କ୍ଲାନ୍ତ ଅପରାହ୍ନ
ସଞ୍ଜ ହେଲେ ନୀତି ଆସେ ।
ତେଲ ଲୁଣ ସେଇ,
ଝୁପୁଡି ଘର ମୋ
ଯନ୍ତ୍ରଣାରେ ବି ହସେ ।।୧।।
କାଳେ କିଏ ମୋତେ ,
ଦେଖି ଦେବ ଲୁଚି
ଆସି ମୋ ବିଛଣା ପଶେ ।
ତେଣୁ, ମୁଁ ଚାପି ରଖେ,
କୋହକୁ ଛାତିରେ
ନୀତି ଆଇନାର ପାସେ ।।୨।।
ପେଟର ଭୋକକୁ,
ନିକଟରୁ ଦେଖିଅନୁଭବ କରୁ
ସମାଜ ନଜରି ପାସେ ।
ଏ ଦୁନିଆ, ନିର୍ଯ୍ୟାତନା ଦିଏ
କେତେ କାରାଗାରେ,
ବାରମ୍ବାର ବନ୍ଦୀକରି
ଏଇ ସମୟ ପାଶେ ।।୩।।