STORYMIRROR

Santanu kumar Meher

Abstract

3  

Santanu kumar Meher

Abstract

ଅଧିକାର

ଅଧିକାର

1 min
243


ରାତି ସରିଯାଏ

ସପନରେ ମୋର

ନିଦ ପିଇ ବସେ,

ଆଖି ସବୁ ଲୁହ ଧାର ।।୧।।


ଅତୀତର ସ୍ମୃତି

ଆଜି ବି ପଥର

ମୋ ମନରେ ରହି 

କରେ କେତେ ଯେ ଚିତ୍କାର।।୨।।


ଫେରି ଆସ ତମେ

ହୋଇ ଯେ ଆଦର

ବୁକୁରେ ଆଉଜି

ହୋଇ ମୋ ନିଜର।।୩।।


ମାନ ଅଭିମାନ

ସବୁ ତ ତମର

ମୋ ପାଇଁ ଲୋଡ଼ା

ହୋଇ ଯେ ଆତୁର।।୪।।


ଫେରି ଆସ ତମେ

ନିରୋଳା ବେଳାର

ଛାଇଟିଏ ହୋଇ

ଅଗଣାରେ ମୋର ।।୫।।


ଭୁଲ-ଠିକ ଆଉ, ନ ରଖ ମନରେ

ଆଙ୍କି ଲକ୍ଷ୍ମଣ ରେଖା ଗାର

ବରଂ, ସତେଜ ସ୍ମୃତିକୁ 

ନେଇ ଆସି ସ୍ପର୍ଶ କର ।।୬।।


ମନେ ପକାଇ ବସ

ବାସ୍ନା, ଗଙ୍ଗ ଶିଉଳିର

ସେଇ ରାତି ଓ ତାତିକୁ

ଏକାନ୍ତରେ ପରସ୍ପର ।।୭।।


ନିରବ ହୋଇଯାଏ

ତମପାଇଁ-ତଥାପି,

ପ୍ରତିଟି ଛାଇ ଅନ୍ଧାର ।

ଗୁଜବ ଏକ ଠିକଣାକୁ

ସାଉଁଟି ଧରିବାର ଅଧିକାର ।।୮।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract