ଛାଡ଼ ଖାଇ
ଛାଡ଼ ଖାଇ
ଉଷା ପର୍ବ-ନୀତି ନିୟମ,
ସବୁ ଏଭେ ଦେଲେ ସାରି ।
ଠିକ ଦିନ-ଠିକ ବାର ଦେଖି,
ମୋତେ ଦେଉଛନ ମାରି ।।୧।।
ତେଲ, ହଳଦୀ-ଲୁଣ ମସଲା
ଗୁଳେଇ ଦେଉଛନ ଘାରି ।
ଡଗ ଡଗ ନିଆଁ ଜାଳି ,
ମୋତେ ଦେଉଛନ କଷି ବାଘାରି ।।୨।।
ନାଲି ପାଣି ନିଶା ଯେତେ,
ମଦ ଧରିଛନ ପାଖେ ଆବରି ।
ଖାଇ ପିଇ ମାତାଲ ହେଉଛନ
ଘରେ-ଦାଣ୍ଡେ ପଡି ଘେସରି ।।୩।।
ଛୁଆ ପିଲାକେ-ମାଇଝିକେ ପିଟି
ଭାଷା ଅଭାଷା କହୁଛନ ଦେଖ,
ବୁତଲ ହାତେ ଧରି ।
ଭଦ୍ର ଲୋକଟା ଠିକରେ କହେଲେ
ମାଡ ଖାଏ ଏନେ ମରି ।।୪।।
ସବୁ ଛାଡ଼ ବୋଲି, ଛାଡ଼ ଖାଇ ଦିନେ
କେତେ ଜୀବନ କେ,
ଦେଉଛନ କୁରେଇ ମାରି ।
କାହାର ଖୁସି ଲାଗି,
କେତେ ଜୀବନ ଆଜି,
ଯାଉଛେ ହସି କାନ୍ଦି ହରି ।।୫।।
ଅତ୍ୟାଚାର ସୀମା,ସମୟ ନି ବୁଝେ
ଖୁସି ଯେନ୍ତା ହେଲେ ନିଏ ଭରି ।
ଜୀବନ ବାଟରେ ଜୀବନ କହୁଛେ
ମୁଇଁ ଏଥର ଜିମି ତରି ।।୬।।
ମାଟି ମା'ଆଟା ଶବକୁ କହୁଛେ
ରକ୍ତରେ ଭିଜି ଡରି ।
ନୁଆଁ ଖାଇ ପରେ, ଛାଡ଼ ଖାଇ କେ
ଜୁହାର କରୁଛେ
ନାଇଁ ଆସେ କେଭ ମୁଇଁ,
ମୋର ମନେ ଛନକା ଭରି ।।୭।।
