Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu kumar Meher

Others

3  

Santanu kumar Meher

Others

ସଭିଙ୍କ ପାଇଁ

ସଭିଙ୍କ ପାଇଁ

1 min
315


ସବୁଜ ଲତାବନେ

ତମେ ଫୁଟୁଥିଲ

ସତେଜ ହୋଇ ଯେବେ ।

ଏ ପ୍ରକୃତି ହସୁଥିଲା,

ଖିଲିଖିଲି

ରଙ୍ଗର ଇସ୍ତାହାର ଭାବେ ।


ଦୁଇ ପର୍ବତ ମଝିରେ

ତମେ ବହୁଥିଲ

ଅଙ୍କା ବଙ୍କା ହୋଇ କେତେ ।

ଜୀବନ ନାଉରି- ନୌକା ନେଇ

ନୀତି ବଞ୍ଚୁଥିଲା

ଘାଟ ପାରି କରି ସେତେ ।


ଜୀବନ ଏଠି ରଙ୍ଗମଞ୍ଚ

ଅଭିନୟ ହାଟେ

କାନ୍ଦେ ପୁଣି ହସେ କେତେ ।

ଦୁଃଖ ଆଉ ସୁଖର,

ସଂସାର ଛାଇ ତଳେ

ନିଜର ମୁଁହ ହାତେ ।


ଆଇନା ସମ୍ମୁଖରେ,

ଛିଡା ହୋଇ

ଦେଖୁ ଦେଖୁ ନିଜ ଯୌବନକୁ ।

ବୟସର ସବୁ ପାହାଚ

ଅତିକ୍ରମ କରିଯାଏ 

ସମୟର ବାକି ମୁହୂର୍ତ୍ତକୁ ।


କ୍ଲାନ୍ତ ହୋଇ ପଡ଼ିଥିବା

ଜୀବନ କହେ

ମୁଁ ଅପରାହ୍ନଟିଏ

ସବୁ ଦିନପାଇଁ,

ସୂର୍ଯ୍ୟର କିରଣ ହଜିଗଲା ପରେ

ମୁଁ ସଭିଙ୍କ ପାଇଁ ସଂଧ୍ୟାଟିଏ ।



Rate this content
Log in