STORYMIRROR

Kishore Nayak

Abstract Inspirational

4  

Kishore Nayak

Abstract Inspirational

ଆସ ଆମେ ସବୁ ଏକାଠି ହେବା

ଆସ ଆମେ ସବୁ ଏକାଠି ହେବା

1 min
238


ଆସ ଆମେ ସବୁ ଏକାଠି ହେବା 

ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ 

ଦେଶ ମାତୃକାର ଟେକ ରଖିବା 

ଆସ ଆମେ ସବୁ ଏକାଠି ହେବା ll


ପର ଆପଣାର ଭାବଟି ଭୁଲି 

ନବ ଚେତନାର ମଶାଲ ଜାଳି 

ଅତୁଲ୍ୟ ଭାରତ ଆମେ ଗଢିବା 

ଆସ ଆମେ ସବୁ ଏକାଠି ହେବା ll


ମନରୁ କାଳିମା କରିବା ଦୂର 

କରିବାନି କ୍ଷତି କେବେ କାହାର 

ନିଜ ହାତେ ଭଲ ମଣିଷ ହେବା 

ଆସ ଆମେ ସବୁ ଏକାଠି ହେବା ll


ଦୁଃଖୀ ମଣିଷର ହରିବା ଦୁଃଖ 

ଭୋକି ମଣିଷର ମାରିବା ଭୋକ 

ଗରିବ ଜନକୁ ଆଶ୍ରୟ ଦେବା 

ଆସ ଆମେ ସବୁ ଏକାଠି ହେବା ll


ଜ୍ଞାନ ଗାରିମାରେ ହୋଇବା ବଳୀ 

ଶିକ୍ଷା ସଂସ୍କୃତିରେ ଉଠିବା ଝଳି 

ନୂତନ କୋଣାର୍କ ଆମେ ଗଢିବା 

ଆସ ଆମେ ସବୁ ଏକାଠି ହେବା ll


ଅନ୍ୟାୟ-ଅନୀତି କରିବା ଦୂର 

ଦୁର୍ନୀତି ମୁକ୍ତ ହେବ ଦେଶ ଆମର 

ସେଥିପାଇଁ ଆମେ ଶପଥ ନେବା 

ଆସ ଆମେ ସବୁ ଏକାଠି ହେବା ll


ଏ ଦେଶର ମାଟି-ପାଣି-ପବନ 

ତା' ଶାକ-ତଣ୍ଡୁଳେ ଆମ ଜୀବନ 

ତା'ର ବଳିଦାନେ ଜୀବନ ଦେବା 

ଆସ ଆମେ ସବୁ ଏକାଠି ହେବା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract