STORYMIRROR

Kishore Nayak

Classics

3  

Kishore Nayak

Classics

ଶରୀର

ଶରୀର

1 min
149


ମଳ ମୂତ୍ର ଭରା ଏ ଶରୀର ପରା 

କେତେଯେ କାମନା ବାସନା 

କେତେଯେ ଆସକ୍ତି ବିକୃତ ପ୍ରବୃତ୍ତି 

ଅପ ଚିନ୍ତା ମନ୍ଦ ଭାବନା ll


ତନ୍ମଧ୍ୟେ ଦେବତ୍ୱ ହୁଅଇ ଜାଗ୍ରତ 

ପଶୁତ୍ବକୁ କରେ ନାଶ 

କେବେ କେବେ ପୁଣି ଅସୁର ପ୍ରବୃତ୍ତି 

ବିବେକକୁ କରେ ଗ୍ରାସ ll


ଧୃଷ୍ଟତା ମୂର୍ଖତା ଯେତେ ଚଞ୍ଚକତା 

ମନ ମଧ୍ୟେ ଆତଯାତ 

ମନର ଇଙ୍ଗିତେ ଆଙ୍ଗିକ ପରାଏ 

ଚାଲେ ଏ ଶରୀର ରଥ ll


ଆସୁରିକ ଭାବ, ଦେବତ୍ୱ, ପଶୁତ୍ବ 

ସଭିଙ୍କର ଏଠି ଭେଟ 

ଜୀବ ପରମର ଅପୂର୍ବ ମିଳନ 

ଅଟେ ଏ ଶରୀର ଘଟ ll


ପ୍ରବୃତ୍ତି ପ୍ରମତ୍ତ ବିକୃତ ଏ ଚିତ୍ତ 

ନିୟମ ଗଢ଼ଇ କେତେ 

ନିଜ ପ୍ରବୃତ୍ତିକୁ ଚରିତାର୍ଥ ପାଇଁ 

ଗଳାବାଟ ଅଛି ଯେତେ ll


ପ୍ରବୃତ୍ତି ପାଖରେ ଦେବତା ବି ଏଠି 

ହୋଇଥାନ୍ତି ଲୋକହସା 

ଜାଗି ଉଠେ ଯେବେ ମଣିଷ ଭିତରେ 

ପାପ କାମନାର ଆଶା ll


ନିଷ୍ଠୁର ସ୍ୱଭାବ ଅସହିଷ୍ଣୁ ଭାବ 

ଶରୀରକୁ ଦିଏ ରୁନ୍ଧି 

ପ୍ରବୃତ୍ତି ଉନ୍ମତ୍ତ ବିକୃତ ଏ ଚିତ୍ତ 

ହରାଏ ବିବେକ ବୁଦ୍ଧି ll


କେବେ କେବେ ପୁଣି ଦୟା, ପ୍ରେମ, କ୍ଷମା 

ମନରୁ ହୁଅଇ ଜାତ 

ନିଜ କୃତ କର୍ମ ପାଇଁ ଏ ଶରୀର 

ଦୁଃଖ ଭୋଗେ ଅପ୍ରମିତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics