STORYMIRROR

Kishore Nayak

Classics

4  

Kishore Nayak

Classics

ଜୀବନ ପ୍ରଦୀପ

ଜୀବନ ପ୍ରଦୀପ

1 min
285


ଯାହା ଅଛି ସରିବାର 

     ସରିଯିବ ନିଶ୍ଚେ ଦିନେ 

         କିଏ ବା ପାରିବ ରୋକି 

ଯାହା ଅଛି ଲିଭିବାର 

      ଲିଭି ଯିବ ନିଶ୍ଚେ ଦିନେ 

          ସମୟ ନିର୍ଘଣ୍ଟ ଦେଖି ll

ସମୟ ତ ବେଦରଦୀ 

      କଥା ତା'ର କଟୁ ସତ୍ୟ 

          ବୁଝେନି ସେ ଅନ୍ତରର ଦୁଃଖ 

ଅଫେରା ରାଇଜେ ଯେବେ 

      ଚାଲିଯାଏ ପର କରି 

          କେହି ଜଣେ ଆପଣାର ଲୋକ ll

ଏଇତ ଜୀବନ ବନ୍ଧୁ 

      ହସ ଲୁହ ସଂସାର 

          ଛକି ଶୂନ ଲୁଚକାଳି ଖେଳ 

ବୁଡି ଯାଏ ସୋଲ ଏଠି 

       ଭାସି ଉଠେ ପଥର 

          ଚାହୁଁ ଚାହୁଁ ଗଡିଯାଏ ବେଳ ll

କିଛି କଥା ରହିଯାଏ 

       ସ୍ମୃତି ହୋଇ ଏ ମନରେ 

         ଭୁଲି ତ ପାରେନି ଆଖି 

ଚାହୁଁ ଚାହୁଁ ସରିଯାଏ 

       ଏ ଜୀବନ ଚଲାବାଟ 

         ରହିଯାଏ କିଛି ପୁଣି ବାକି ll

ସେଇ ହସ ହସ ମୁହଁ 

       ଚାହୁଁ ଚାହୁଁ ଅବେଳରେ 

          ଶୂନ୍ୟତାରେ ଯାଏ କେବେ ହଜି 

ଅଫେରା ରାଇଜୁ ସେ'ତ 

       ଆଉ କେବେ ଫେରେ ନାହିଁ 

          ଯେତେ ତାକୁ ହେଉଥିଲେ ଖୋଜି ll

ସବୁ ଆଶା ସବୁ ସ୍ବପ୍ନ 

       ରହିଯାଏ ଅଧା ହୋଇ 

          ସରିଯାଏ ଖୁସିର ସଂସାର 

ସ୍ମୃତି ହୋଇ ରହିଯାଏ 

       ସେ ଦିନର କଥା ସବୁ 

          ସମୟଟା ଏଡିକି ନିଷ୍ଠୁର! ll

ଖୋଜିଲେବି ମିଳେନାହିଁ 

       ଭାବିଲେ ବି ଫେରେ ନାହିଁ 

          ସେଇ ହସ ସେଇ ମୁହଁ ଆଖି 

ରହିଯାଏ ଦୁଃଖ କିଛି 

       ଏ ଜୀବନ ଚଲାବାଟେ 

           କିଛି କଥା ରହିଯାଏ ବାକି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics