STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

କିଛି ସ୍ମୃତି କିଛି ଅନୁଭୂତି

କିଛି ସ୍ମୃତି କିଛି ଅନୁଭୂତି

2 mins
215

ବିଗତ ବର୍ଷର ଘଟଣା ପ୍ରବାହ

ମନ ମନ୍ଦିରରେ ସ୍ମୃତି

ବାଦ ବିବାଦ ବି ହୋଇଛି ଉତ୍ପତ୍ତି

ଅଛି ତିକ୍ତ ଅନୁଭୂତି ।


ଦେଶ.ବିଦେଶ ଓ ରାଜ୍ୟର ଘଟଣା

ଯଦି ହୁଏ ଅନୁଧ୍ୟାନ

ସମ୍ମୁଖରେ ପ୍ରତ୍ୟୟମାନ ହୋଇବ

ଘଟଣା ବହୁଳ ଦିନ ।


ସ୍ମୃତି ଫରୁଆରେ ରହିଅଛି ତଥ୍ୟ

ହର୍ଷ ସହିତ ବିଷାଦ

କେତେ ପରିବାର ହେଲେ ସର୍ବସ୍ବାନ୍ତ 

ହୃଦେ ଅଛି ଅବସାଦ ।


ତୁର୍କୀ-ସିରିୟା ରେ ଘଟି ଭୂମିକମ୍ପ

ହଜିଲା ଧନ ଜୀବନ

ପଚାଶ ହଜାରରୁ ଅଧିକ ବ୍ୟକ୍ତି

ହରାଇଲେ ନିଜ ପ୍ରାଣ ।


ଭାରତ କାନାଡା ମଧ୍ୟରେ ତିକ୍ତତା

କୁଟନୈତିକ କ୍ଷେତ୍ରରେ

ଦୁଇ ଦେଶ ସମ୍ପର୍କରେ ବାଧା ସୃଷ୍ଟି

ବାଧା ବିକାଶ ପଥରେ ।


ଋଷିଆ ୟୁକ୍ରେନ ଯୁଦ୍ଧ ହେବା ସହ

ଋଷିଆରେ ଗୃହ ଯୁଦ୍ଧ

ଋଷିଆ ସେନା ବାହିନୀରେ ଘରୋଇ

ୱାଗନର ଗ୍ରୁପ୍ ବିବାଦ ।


ଭାରତର ଅଧ୍ୟକ୍ଷତା ରହିଥିଲା

ଜି-କୋଡ଼ିଏ ସମ୍ମିଳନୀ 

ବିଶ୍ଵ ଦରବାର ହେଲା ପରିଚିତ

ଭାରତୀୟ ଭାବ ବାଣୀ ।


ଲିବ୍ୟାରେ ବନ୍ୟାର ବିତ୍ପାତ ସହିତ

ଧନ ଜୀବନର ହାନି

ପାଞ୍ଚ ହଜାରରୁ ଅଧିକ ବ୍ୟକ୍ତିଙ୍କ

ଘଟିଥିଲା ପ୍ରାଣହାନି ।


ଜନବହୁଳ ରାଷ୍ଟ୍ର ରୂପେ ମାନ୍ୟତା

ଭାରତ ନାମେ ହୋଇଛି

ଶହେ ବୟାଳିଶି କୋଟି ଜନ ସଂଖ୍ୟା

ଚୀନ୍ ଦ୍ଵିତୀୟରେ ଅଛି ।


ଶାନ୍ତି ନିମନ୍ତେ ନୋବେଲ ପୁରସ୍କାର 

ନର୍ଗିସ ମହମ୍ମଦିଙ୍କୁ

ମହିଳା ମାନବ-ଅଧିକାର କର୍ମୀ

ଇରାନର ବାସିନ୍ଦାଙ୍କୁ ।


ରାଷ୍ଟ୍ରପତି ହେଲେ ତୃତୀୟ ଥର ପାଇଁ

ଲେ ଜିନ ପିଙ୍ଗ ଚୀନ୍ ରେ

କାରଗିଲ ଯୁଦ୍ଧର ଖଳ ନାୟକ

ଚାଲିଲେ ଆର-ପାରୀ ରେ ।


ଇସ୍ରାଏଲ ପାଲେଷ୍ଟାଇନ ସହିତ

ଆତଙ୍କବାଦୀ ଜଡ଼ିତ

ହମାସ୍ ଅତର୍କିତ ଆକ୍ରମଣରେ

ଇସ୍ରାଏଲ କ୍ଷତିଗ୍ରସ୍ତ ।


ଭାରତରେ ନୂଆ ସଂସଦ ଭବନ

ହୋଇଥଲା ଉଦ୍ଘାଟିତ

ନୂତନ ସଂସଦ ଗୃହରେ ଆସନ

ହୋଇଅଛି ପରିବ୍ୟାପ୍ତ ।


ମଣିପୁର ଜାତିଆଣ ଦଙ୍ଗା ହଙ୍ଗା

ସମାଜରେ ଘୃଣ୍ୟ କଥା 

ନାରୀଙ୍କୁ ଉଲଗ୍ନ କରି ବୁଲାଇବା

କଦର୍ଯ୍ୟ ମାନସିକତା ।


ଭାରତର ଚନ୍ଦ୍ର ଯାନ ସଫଳତା

ଅନ୍ତରୀକ୍ଷ ଅନୁଧ୍ୟାନ

ସୂର୍ଯ୍ୟ ସମ୍ପର୍କିତ ଗବେଷଣା ପାଇଁ

ଯାନ ହୋଇଛି ପ୍ରେରଣ ।


ଉତ୍ତର କାଶୀ ସୁଡ଼ଙ୍ଗ ଭୁଷୁଡିଲା

ଥିଲେ ଶ୍ରମିକ ଭିତରେ

ଏକ ଚାଳିଶି ଜୀବନ ବଞ୍ଚିଥିଲା

ସତର ଦିବସ ପରେ ।


ବିଜେପି ର ବିପୁଳ ବିଜୟ ହେଲା

ବିଧାନ ସଭା କ୍ଷେତ୍ରରେ 

ନୂତନ ବିରୋଧୀ ମେଣ୍ଟ "ଇଣ୍ଡିଆ"

ବିଜେପି ର ବିରୁଦ୍ଧରେ ।


ସମଲିଙ୍ଗି ବାହାଘର ଅନୁମତି

ସୁପ୍ରିମ କୋର୍ଟ ର ମନା 

ଏକ ଶହ ଛୟାଳିଶି ସାଂସଦଙ୍କ

ନିଲମ୍ବିତ ର ଘଟଣା ।


ବିଶ୍ଵ କପ୍ କ୍ରିକେଟ ରେ ଫାଇନାଲ

ଖେଳି ହାରିଲା ଭାରତ

ଜିତିବା ହାରିବା ଖେଳର ନିୟମ

ସମର୍ଥକ ମର୍ମାହତ ।


ବାହାନଗା ରେଳ ଦୁର୍ଘଟଣା କଥା

ହୃଦୟକୁ ଦିଏ ବ୍ୟଥା

ଅକାଳରେ ଚାଲିଗଲା ବହୁ ପ୍ରାଣ

ରେଳ ସୁରକ୍ଷାର ଚିନ୍ତା ।


ଶ୍ରୀମନ୍ଦିରେ ଛୋଟ ପୋଷାକ ପିନ୍ଧିଲେ

ମିଳିବ ନାହିଁ ଦର୍ଶନ 

କଡ଼ାକଡି କରାଯିବା ପରେ ପରେ

ଶୃଙ୍ଖଳିତ ଦରଶନ ।


ସ୍ମୃତିରେ ସାଇତି ହୋଇ ରହିଅଛି

ଦୁଇ ହଜାର ତେଇଶି

କିଛି ସ୍ମୃତି କେତେ ଅନୁଭୂତି କଥା

ହସ କାନ୍ଦ ମିଶାମିଶି  ।


ଘଟଣା ଦୁର୍ଘଟଣା ସହ ବିଦାୟ

ନେଲା ବିଗତ ବରଷ

ଶୁଭ କାମନା ସହ ନୂତନ ବର୍ଷ

ଆସି କରିଛି ପ୍ରବେଶ।




Rate this content
Log in

Similar oriya poem from Abstract