STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମଶାଣି ର ଅଟ୍ଟହାସ୍ୟ

ମଶାଣି ର ଅଟ୍ଟହାସ୍ୟ

2 mins
357


ମଶାଣି ର ଅଟ୍ଟହାସ୍ୟର ରହସ୍ୟ

ଜିଜ୍ଞାସା ରଖି ମନରେ

ସ୍ଵଚକ୍ଷୁରେ ଦେଖି ହେବ ମଶାଣିରେ

ପାଦ ଥାପିଲେ ସ୍ଵେଛାରେ

ଦେଖି ଆସ ଥରେ ମଶାଣି ଭୁଇଁରେ

ଜଳେ କେତେ ଅହଙ୍କାର

ଧନୀ ଗରିବର ନ ଥାଇ ପ୍ରଭେଦ

ପାଉଁଶ ମୁଠାଏ ସାର

କେତେ ଗର୍ବୀ ଲୋଭୀ ଲମ୍ପଟି କପଟୀ

ମଶାଣି ଦେହେ ବିଲୀନ

ବୁଝିଗଲେ ଥରେ ସାହସ ହେବନି

କୁକର୍ମ ପଥେ ଗମନ

ସଭ୍ୟତାର କ୍ରମ ବିକାଶ ସହିତ

ଉନ୍ନତ ମଶାଣି ଭୁଇଁ

ସ୍ଵର୍ଗଦ୍ଵାର ନାମ କରଣ ସହିତ

ରାତ୍ରୀରେ ଆଲୋକ ତହିଁ

ଶୃଗାଳ ବାଦୁଡ଼ି ପେଚା ଭୂତ ପ୍ରେତ

ଆଉ ନାହିଁ ଡର ଭୟ

ମଶାଣି ର ଭୂତ ଗପ ଓ କାହାଣୀ

ଭୟାବହ ଲୁପ୍ତ ପ୍ରାୟ

ମଶାଣି ଆହ୍ବାନ କରୁଛି ନିଶବ୍ଦେ

ଆସି ଦେଖ ମୋ ସ୍ବରୂପ

ମଶାଣି ଅଟ୍ଟହାସ୍ୟର ମର୍ମ ବୁଝି

ଦୂର କର ସବୁ ପାପ

ପ୍ରମୋଦ ଉଦ୍ୟାନ ରୂପେ ବ୍ୟବହୃତ

ମଶାଣି ଭୁଇଁରେ ରୁହ

ବ୍ୟସ୍ତତା ବହୁଳ ଜୀବନ କ୍ରମ ରୁ

କିଛି ସମୟ ବିତାଅ

ଆଖି ବୁଜି ଭାବ ନିଜ କୃତ କର୍ମ

କିଛି ନ ଯିବ ସାଥିରେ

ମୋର ମୋର କହି କିମ୍ପାଇ ଭ୍ରମରେ

ଦୁନିଆ ମାୟା ଜାଲରେ

ଶେଷ ଠିକଣା ହିଁ ମଶାଣି ର ଭୂଇଁ

ଦେହ ମିଶିବ ମାଟିରେ

ନାମ ଧନ ଯଶ ପଦ ଓ ପଦବୀ

କେହି ନ ଯିବେ ସାଥିରେ

ମର ଶରୀରକୁ ମଶାଣି ଭୂଇଁରେ

ସ୍ବାଗତ ସହ ଗ୍ରହଣ

ସୃଷ୍ଟିର ପରମ ସତ୍ୟ ପ୍ରଦର୍ଶିତ

ନାହିଁ ମାନ ଅଭିମାନ

ମଶାଣି ଦର୍ଶନରେ ଉଦାର ଭାବ

ଦୁଃଖ ପ୍ରାୟ ଚିରନ୍ତନ

ପ୍ରିୟଜନ ସାଙ୍ଗ ସାଥି ସବୁ କିଛି

ଧରି ରଖିଛି ଶ୍ମଶାନ

ମୋକ୍ଷ ଦ୍ଵାର ସ୍ଵର୍ଗଦ୍ଵାର ଶବଦାହ

ଯାହା କୁହ, ଧର୍ମ ଏକ

ଜାତି ଭେଦ,ଉଚ୍ଚ ନୀଚ୍ଚ,ଛୋଟ ବଡ

ସଭିଏଁ ଏଠାରେ ଏକ

ପଦ ପ୍ରତିଷ୍ଠା,ଗୁଣ ଗରିମା ,ଜ୍ଞାନ

ଏଠି ହୁଏନି ଗ୍ରହଣ

ସବୁ କିଛି ରହିଯିବ ସ୍ମୃତି ହୋଇ

ମୃତ ଦେହ ହିଁ ଅର୍ପଣ

ଖେଳାଳୀ, ବୀର,କବି,ଲେଖକ,ଶିଳ୍ପୀ

ଭସ୍ମ ମାତ୍ର ଚିତା ପରେ

କିଛିଦିନ ଅତି ଆପଣାର ଜନ

ଭାଳିବେ ମନ ଭିତରେ

ମଶାଣିରେ କରନାହିଁ ଅଟ୍ଟହାସ୍ୟ

ଅବା ମଶାଣିକୁ ଦେଖି

ମଶାଣି ର ଅଟ୍ଟହାସ୍ୟର ରହସ୍ୟ

ଦେଖ ପରଖି ନିରେଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract