STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ସ୍ଵାଗତମ୍...ହେ ନୂଆ ବରଷ !

ସ୍ଵାଗତମ୍...ହେ ନୂଆ ବରଷ !

2 mins
291

    

ସ୍ବାଗତମ୍...ସ୍ଵାଗତମ୍...ହେ ନୂଆ ବରଷ !

ତୁମକୁ ଜଣାଉଛି ହୃଦୟରୁ ଅଜସ୍ର ଅଭିନନ୍ଦନ 

ଗଢ଼ିଦିଅ ଜୀବନ ଦେଇ ଭଲ ପାଇବାର ପୀୟୂଷ ,

ତୁମେ ନେଇ ଆସ ସୁଖ ଶାନ୍ତି...ଦୁଃଖ କର ନାଶ 

ସମୟ ଦିନ ତାରିଖ ହୋଇଛି ତ ଧାର୍ଯ୍ୟ

ଶୁଭେଚ୍ଛା ତୁମକୁ ମୋର ଅଶେଷ

ଆସ ତୁମେ... ନେଇ ଆସ...ଶୁଭ ସନ୍ଦେଶ 

ମନେ ପ୍ରାଣେ ଭରି ଦିଅ ଭରସା ବିଶ୍ଵାସ

ସ୍ଵାଗତମ୍...ସ୍ଵାଗତମ୍...ହେ ନୂଆ ବରଷ !

ଘନ ଅନ୍ଧକାରର ବକ୍ଷ ବିଦାରି ହୁଅ ପ୍ରକାଶ

ନବ ଜ୍ୟୋତିରେ କର ଉଦ୍ଭାବିତ

ସଂସାରରୁ ଦୂର ହେଉ ଦୁଃଖ କ୍ଳେଶ

ନ ରହୁ ମନେ କିଛି ଅବସାଦ ଅବଶୋଷ

ବିଗତ ଦିନର ସବୁ ତିକ୍ତ ରିକ୍ତ ବିସ୍ମୃତି ଅନୁଭୂତି

ବିଷାଦ ବେଦନା ଯାଉ ପ୍ରାଣରୁ ଅପସରି

ଭରି ଦିଅ ଜୀବନରେ ଆନନ୍ଦ ଉଲ୍ଲାସ

ସ୍ବାଗତମ୍...ସ୍ବାଗତମ୍...ହେ ନୂଆ ବରଷ !

ବ୍ୟସ୍ତ ବିବ୍ରତ ଆଜି ସମାଜରେ ପ୍ରତିଟି ମଣିଷ

ଜଗତ ଜଞ୍ଜାଳରୁ ପାଇ ତ୍ରାହି ରହିବ ଶାନ୍ତିରେ

ନାହିଁ କାହାରି ଟିକିଏ ସମୟର ଅବକାଶ

ସମସ୍ୟାର ଘେରରେ ହୁଏ ସେ ଅବଶ ବିବଶ 

ଅଛି ଭିତରେ ଶୁଭେ ନାହିଁ ନାହିଁର ଚିତ୍କାର

ପ୍ରେମ ପ୍ରୀତିର ବଜାର ଅତି ମହଙ୍ଗା 

ହୃଦୟରେ ଭରିଯାଏ କେବଳ ଅସନ୍ତୋଷ

ସ୍ବାଗତମ୍...ସ୍ବାଗତମ୍...ହେ ନୂଆ ବରଷ !

ଆସ ତୁମେ... ନେଇ ଆସ...ଶୁଭ ସନ୍ଦେଶ

ଦିଅ ସୁଚିନ୍ତା ଚେତନା... କର ସୁଗୁଣର ବିକାଶ

ହୃଦୟ ଭରି ବିନା ସ୍ବାର୍ଥରେ ଅନାବିଳ ଭଲ ପାଉ

ସାରା ବିଶ୍ବରେ ସକଳ ମଣିଷକୁ ମଣିଷ 

ନ ରୁହ ହିଂସା ଦ୍ୱେଷ...ନ ଝରୁ ଲୁହ କି ଲହୁ

ସବୁରି ମୁହଁରେ ରହୁ ଅମଉଳା ଫୁଟା ହସ

ସ୍ଵଚ୍ଛ ସୁନ୍ଦର ହେଉ ସାରା ମୂଲକର ପରିବେଶ

ସ୍ବାଗତମ୍...ସ୍ଵାଗତମ୍...ହେ ନୂଆ ବରଷ !

     

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract