STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଫୁଲର ଅଭିଳାଷା

ଫୁଲର ଅଭିଳାଷା

2 mins
30

ଫୁଲ ଫୁଟି ବାସ ଚହଟିଲା ପରେ        

ମହକ ଉଠେ ଉଛୁଳି

ଅତି ପ୍ରତ୍ୟୁଷରୁ ସଂଗ୍ରହ ବିଧେୟ

ନତୁବା ଯିବ ଝାଉଁଳି

ସୂର୍ଯ୍ୟଙ୍କ ଉତ୍ତାପ ହୁଅଇ ଅସହ୍ୟ

ଫୁଲ ଯେବେ ସଦ୍ୟ ପ୍ରସ୍ପୁଟିତ

ସଂଗୃହିତ ହୋଇ ଭିନ୍ନ ଭିନ୍ନ କାର୍ଯ୍ୟେ

ହୋଇଥାଏ ବ୍ୟବହୃତ

ଗଛ ପତ୍ର ଫୁଲ ଫଳ ଜୀବ ଜନ୍ତୁ

ସବୁ ବିଧାତା ଭିଆଣ

ସ୍ରଷ୍ଟା କଣ ନିତି କହୁଛି ନିହାତି

ମୋ ନିମନ୍ତେ ଫୁଲ ଆଣ!

ଠାକୁରଙ୍କୁ ଯଦି ଲାଗି ହୁଏ ଫୁଲ

ଫୁଲ ଲଭିବ ସାର୍ଥକ

ନେତାଙ୍କ ବେକରେ ଅବା ଶବ ଧାରେ

ଲାଗିବାକୁ ଅନିଚ୍ଛୁକ

ସୁନ୍ଦରୀ ଲଳନା ଗଭାରେ ଖୋସୁଛି

ବାସ ଥିବା ସଜ ଫୁଲ

ଫୁଲ ଯାଚି ଅବା ଉପହାର ଦେଇ

ପ୍ରେମ ହୁଏ ମୂଲ ଚାଲ

ବାସର ଶେଯରେ ଫୁଲ ମହକାଇ

ଆଲିଙ୍ଗନ ଓ ରମଣ

ନିଜ ସ୍ବାର୍ଥ ପାଇଁ ଏ ମଣିଷ ଜାତି

ଫୁଲକୁ ଦିଏ କଷଣ!

ସଜ ଫୁଟା ଫୁଲ ମନରେ ଜିଜ୍ଞାସା

ଜାଣିବାକୁ ନିଜ କଥା

ସାହାସ ଜୁଟାଇ ଫୁଲ ତୋଳାଳୀକୁ

ପଚାରିଲା ସତ କଥା

ହେ ଫୁଲ-ତୋଳାଳୀ ,ଆମକୁ ଜଣାଅ

ନିତି ଫୁଲ କର କଣ!

ଫୁଲ ବିନା କଣ ହେବ ନାହିଁ କିଛି

ତୁମ କାର୍ଯ୍ୟ ସମ୍ପାଦନ?

ସକାଳୁ ସକାଳୁ ଫୁଲ ତୋଳିବାକୁ

ସଜ ବାଜ ହୋଇ ଆସ

ଫୁଲ ସବୁ ନିତି ଯାଉଛି କୁଆଡେ଼

ଫୁଲର କେତେ ଆୟୁଷ!

ବଗିଚାରେ ଫୁଲ ଥିଲେ କେତେ ଶୋଭା

ଫୁଲ ତୋଳି ଜାଣି ଅଛ

ଅଯଥା କାହିଁକି ସକାଳୁ ସକାଳୁ

ତୋଳି ନେଇ ଯାଉ ଅଛ!

ଠାକୁରଙ୍କ ଲାଗି ହୁଏ ଫୁଲ ଫଳ

କହିଲା ଫୁଲ ତୋଳାଳୀ

ଫୁଲ ତୋଳିବା ହିଁ ଧର୍ମ ଅଟେ ମୋର

ପ୍ରଭୁ ପାଦେ ଦେବି ଢାଳି

ଫୁଲର ବେପାର ଯିଏ କରୁଅଛି

ଜାଣିଛି ଫୁଲର ଅର୍ଥ

ମୁଁ ଚ୍ଛାର ତୋଳାଳୀ ଫୁଲ ବିଷୟରେ

କହିବାକୁ ଅସମର୍ଥ

ଫୁଲ ତୋଳାଳୀ ଠୁ ଶୁଣି ସବୁ କଥା

ଫୁଲ ହେଲା ଆଗଭର

ନିଜ ଅଭିଳାଷା କହିବାକୁ ଥରେ

ମନରେ କରିଲା ସ୍ଥିର

ଫୁଲ ଜାତି ତରଫରୁ କରୁଅଛି

ବିନମ୍ରରେ ନିବେଦନ

ବଗିଚାରେ ଶୋଭା ପାଉଥିବା ଯାଏଁ

ରହୁ ଫୁଲର ଜୀବନ

ବିନା ଫୁଲରେ ବି ଠାକୁର ଶୁଣିବେ

ମନରେ ଥିଲେ ଭକତି

ଠାକୁର ପୂଜନ ଆଢ଼ୁଆଳେ କିମ୍ପା

ଫୁଲ ବଳୀ ନିତି ନିତି...?

ଫୁଲର ମହକ ରହୁ ବଗିଚାରେ

ଶୁଦ୍ଧ ହେଉ ପରିବେଶ

କିଛି ନ ହେଲେ ବି ମହୁ ମାଛି ଆସି

ଶୋଷି ନେଉ ଫୁଲ ରସ

ଫୁଲ ଥିଲେ ବାଡି ବଗିଚା ଭିତରେ

ଆସୁ ଥିବ ପ୍ରଜାପତି

ଗୁଣୁ ଗୁଣୁ ହୋଇ ଭ୍ରମର ଗାଇବ

ନୂଆ ଗୀତ ନିତି ନିତି

ପ୍ରେମୀ ଯୁଗଳ ବି ହେବେ ଆକର୍ଷିତ

ଫୁଲର ମହକ ଧାରେ

ପ୍ରତିଦିନ ଆଉ ତୋଳ ନାହିଁ ଫୁଲ

ବଞ୍ଚି ରହୁ ସ୍ଵାଧୀନରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract