STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମୃତ୍ୟୁ ଉପରାନ୍ତ ଚର୍ଚ୍ଚା

ମୃତ୍ୟୁ ଉପରାନ୍ତ ଚର୍ଚ୍ଚା

2 mins
366

କ୍ଷଣିକ ଦୁର୍ଲ୍ଲଭ ମଣିଷ ଜୀବନ

ସତେ ଅବା ଅଭିନୟ

ଜୀବନ ନାଟକ ପରେ ଯବନିକା

ଟାଣି ଆସଇ ନିଶ୍ଚୟ

ଦର୍ଶକ ବିଭୋର ଅବା ମ୍ରିୟମାଣ

କାହାଣୀ ଚରିତ୍ର ଦେଖି

ନାଟକ ସରିଲେ ଚର୍ଚ୍ଚା ହୋଇଥାଏ

ଅଭିନୟ କୁ ପରଖି

ହୃଦୟକୁ ଯଦି ଛୁଇଁ ପାରିଥିବ

କଳାକାର ଅଭିନୟ

ସୁନିଶ୍ଚିତ ଶତ ମୁଖରେ ପ୍ରଶଂସା

ନୁହେଁ ତିଳେ ବି ସନ୍ଦେହ

ବଞ୍ଚିଥିବା ବେଳେ କରିଥବା କାର୍ଯ୍ୟ

ମରଣ ପରେ ତର୍ଜମା

ଜନ ହିତକର କାମ କରିଥିଲେ

ପ୍ରଶଂସା ସହ ଉପମା

ପର ଉପକାର କାମ କରିଥିଲେ

ଝୁରି ହୁଏ ଏ ସମାଜ

ଜ୍ଞାତି କୁଟୁମ୍ବ ଶ୍ରଦ୍ଧା ସହ ପାଳନ୍ତି

ମୃତ୍ୟୁ ପର ପର କାର୍ଯ୍ୟ

ଘୃଣ୍ୟ କାମ କରିଥିଲେ ଜୀବନରେ

ନିନ୍ଦା ଅପଯଶ ମିଳେ

ମରିଗଲା ଭଲ ହେଲା ସର୍ବ ମୁଖେ

ନିନ୍ଦା ବି କୁଟୁମ୍ବ ମେଳେ

ଭଲ କର୍ମର ଭଲ ଫଳ ସର୍ବଦା

ବଞ୍ଚିବା ମରିବା ପରେ

ଜୀବିତ ବେଳେ ଅମାନୁଷିକ କାମ

ନିନ୍ଦା ସବୁ ସମୟରେ

ଜୀବିତ ସମୟେ କହିଥିବା କଥା

ଅବା କରିଥିବା କାମ

ମରଣ ଉପରାନ୍ତ ହୁଅଇ ଚର୍ଚ୍ଚା

ସୁନାମ ଅବା ଦୁର୍ନାମ

ମୃତ୍ୟୁ ଉପରାନ୍ତ ଚର୍ଚ୍ଚା ଲାଗି ରହେ

ବ୍ୟକ୍ତି ଓ ବ୍ୟକ୍ତିତ୍ୱର

ଭଲ ମନ୍ଦ ଆଉ ସୁନାମ ଦୁର୍ନାମ

ଜନ ମୁଖରେ ବିଚାର

ଜୀବନ ଗଣିତ ନୁହଇ ସହଜ

ସୁତ୍ର ହୁଏ ଦରକାର

ଜୀବନ ଭାଜ୍ୟ ରେ କର୍ମ ହିଁ ଭାଜକ

ଭାଗଫଳ ଅଟେ ସାର 

କାମ କ୍ରୋଧ ମୋହ ସେବା ତ୍ୟାଗ ଦାନ

ଭାଜକ ହିଁ ଜୀବନରେ

ପ୍ରାପ୍ତ ହୁଏ ଭାଗ ଫଳ ସେ ପ୍ରକାରେ

ବଞ୍ଚିବା ମରିବା ପରେ

କୃତ କର୍ମ ଫଳ ହୁଏ ଭୋଗିବାକୁ

ଏହି ଜୀବନ ଦଶାରେ

ଜୀବନ ନାଟକ ଶେଷ ଦୃଶ୍ୟ କହେ

ଅଭିନୟ କି ଭାବରେ

ସତ୍ୟ ଧର୍ମ ପଥେ ଥିବା ମାନବର

ଶେଷ ସମୟ ସୁଖରେ

କଷ୍ଟ ଯନ୍ତ୍ରଣା ଅପମୃତ୍ୟୁ ସୂଚାଏ

ମନ୍ଦ କର୍ମ ଜୀବନରେ

ଶ୍ରେଷ୍ଠ ଜୀବ ମଣିଷର ଚିନ୍ତାଧାରା

ଭିନ୍ନ ଅଜବ ପ୍ରକାର

ମରିଗଲା ପରେ କିଏ ବା ଶୁଣିଛି

ନିନ୍ଦା ପ୍ରଶଂସା ନିଜର                              

ଅମାନୁଷିକ କାର୍ଯ୍ୟ କଥା ଓ କାମରେ

କ୍ଷଣିକ ପାଇଁ ଫାଇଦା

ପର ମୁହୂର୍ତ୍ତରେ ନିନ୍ଦା ଅପବାଦ

ବଞ୍ଚିଲେ ମରିଲେ ନିନ୍ଦା

କ୍ଷଣିକ ଜୀବନ ହେଉ ନିୟୋଜନ

ସେବା ଦାନ ପୁଣ୍ୟ ପଥେ

ନାମ କୀର୍ତ୍ତି ଯଶ ଗୁଣଗାନ ରହୁ

ଜୀବନ ମରଣ ସାଥେ ।


Rate this content
Log in

Similar oriya poem from Abstract