STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଭକ୍ତ ବତ୍ସଳ ଭାବଗ୍ରାହୀ

ଭକ୍ତ ବତ୍ସଳ ଭାବଗ୍ରାହୀ

2 mins
22


ଭକ୍ତ ପ୍ରିୟ ଭକ୍ତ ହିତ ପାଇଁ ଭାବଗ୍ରାହୀ

ଯୁଗ ଯୁଗ ଧରି ଭକ୍ତ ହିତେ ଛନ୍ତି ରହି

ଭାବ ଭକ୍ତି ପୂର୍ଣ୍ଣ ହେଉ ଅବା ବନ୍ଧୁ ଭାବ

ଭାବ ପ୍ରିୟ ଭାବଗ୍ରାହୀ ପରଖନ୍ତି ଭାବ


ସତ୍ୟ ଯୁଗେ ଭକ୍ତ ଧୃବ ପ୍ରହଲ୍ଲାଦ ଡାକ

ଭକ୍ତ ବତ୍ସଳ ଭାବଗ୍ରାହୀ କଲେ ସାର୍ଥକ 

ଭକ୍ତର ସୁରକ୍ଷା ପାଇଁ ହେଲେ ଆବିର୍ଭାବ

ନରସିଂହ ରୂପ ଆଢ଼ୁଆଳେ ଭକ୍ତି ଭାବ

ଚକ୍ର ପେଶି ନକ୍ର ନାଶି ଗଜ ଉଦ୍ଧରିଲା

ଭାବଗ୍ରାହୀଙ୍କୁ ଯେବେ ଗଜ ମନେ ଚିନ୍ତିଲା

ମୃଗୁଣୀର ଭକ୍ତି ନିବେଦନ ହୋଇ ଜ୍ଞାତ

ଭାବଗ୍ରାହୀ କଷଣକୁ କଲେ କରାୟତ 


ତ୍ରେତୟାରେ ଶବରୀ ଭକ୍ତିରେ ଥିଲା ଭାବ

ଭାବଗ୍ରାହୀଙ୍କ ଅଇଁଠା କୋଳି ଖିଆ ଭାବ

ଶବରୀ ମନର ଭାବନାରେ ଭକ୍ତି ଭାବ

ଭକ୍ତ ପ୍ରିୟ ପ୍ରଭୁ ସ୍ଵୟଂ ହେଲେ ଆବିର୍ଭାବ


ଦ୍ଵାପର ଯୁଗର କାହାଣୀ ଅଟେ ଭାବର

ଭାବ ଥିଲେ ଭାବ ମିଳେ ଜାଣିଲା ସଂସାର

ରାଧାର ଖୋଲା ଖୋଲି ପ୍ରେମ ଭାବ ସହିତ

ଭାବଗ୍ରାହୀ ନିଜେ ବାନ୍ଧି ହୋଇଲେ ତ୍ୱରିତ

ଭାବରେ ବିହ୍ବଳ ମୀରା ଜପି କୃଷ୍ଣ କୃଷ୍ଣ 

ଭକ୍ତି ନିଷ୍ଠାରେ ଭାବଗ୍ରାହୀ ହେଲେ ଆକୃଷ୍ଟ

ଅର୍ଜ୍ଜୁନ ବିଷାଦ ଜାଣି ସ୍ଵୟଂ ଭାବଗ୍ରାହୀ

ବନ୍ଧୁତ୍ୱର ଭାବ ରଖି ବାର୍ତ୍ତା ଦେଲେ ତହିଁ 

ଗୀତା ଜ୍ଞାନ ବାଣୀ ଥିଲା ବନ୍ଧୁତ୍ୱ ର ଭାଷା

ବ୍ରହ୍ମ ଜ୍ଞାନର ଉଦ୍ରେକ ହୋଇଲା ସହସା 

ଦରିଦ୍ର ସୁଦାମା ବନ୍ଧୁ ଭାବରେ ଭେଟିଲା

ଦାରିଦ୍ର୍ୟ,ଅଭାବ କଥା ଅନ୍ତରରେ ଥିଲା

ଭାବଗ୍ରାହୀ ଜାଣି ଦେଲେ ,ଖୁଦ ଭଜା ଖାଇ

ନିଜ ହୃଦୟେ ବନ୍ଧୁଙ୍କୁ ରଖିଲେ ଲଗାଇ

ବନ୍ଧୁତ୍ୱର ପରାକାଷ୍ଠା ବଜାୟ ରହିଲା

ଭାବଗ୍ରାହୀ ନାମ ବନ୍ଧୁ ଭାବେ ଗଣା ହେଲା


ଭାବଗ୍ରାହୀ ସ୍ୱୟଂ ହୋଇଛନ୍ତି ବିରାଜିତ

କଳିରେ ଶ୍ରୀକ୍ଷେତ୍ରେ,ଭାଇ ଭଉଣୀ ସହିତ

ଭକ୍ତି ଭାବ ସହ ଦାସିଆ ନଡ଼ିଆ ଦେଇ

ନିଜ ହାତେ ନିଅ ଯଦି ତୁମେ ଭାବଗ୍ରାହୀ 

କାଳିଆ ଠାକୁର ଜାଣି ଦାସିଆର ଭାବ

ସ୍ଵୟଂ ହାତ ବଢ଼ାଇ ଭାବ ହେଲା ସମ୍ଭବ

ବଡ ଦାଣ୍ଡେ ଚର୍ଚ୍ଚା ହେଲା ଦାସିଆ ର ଭାବ

ଭାବ ଥିଲେ ହୃଦୟେ ସବୁ ହୁଏ ସମ୍ଭବ

ସାଲବେଗ ,ଭକ୍ତି ଭାବ ରଖି ଡାକ ଦେଲା

ରଥ ରହିଗଲା ,ଯାହା ଭକ୍ତ ଚାହୁଁଥିଲା

ଅପେକ୍ଷା ରହିଲା ସାଲବେଗ ଆସିବାକୁ

ଭକ୍ତ ଦେଖା ପରେ ରଥ ଗଡିଲା ଆଗକୁ

ବନ୍ଧୁ ମହାନ୍ତି ଭାବରେ ବନ୍ଧୁ ଓ ବନ୍ଧୁତା 

ସେ ଭାବ ରେ ଥିଲା ବନ୍ଧୁତ୍ୱ ର ନିବିଡ଼ତା 

ଭକ୍ତ ସହ ଭଗବାନ ବନ୍ଧୁ ଭାବ ଅଛି 

ଯୁଗ ଯୁଗ ଧରି ଭାବ ଅକ୍ଷୁର୍ଣ୍ଣ ରହିଛି 


ଭାବ ରଖିବା କାଳିଆ ସାଆନ୍ତ ସହିତ

ନିଜ ଅନ୍ତରର ଭାବ ହେଉ ସମର୍ପିତ

ଭାବର ସହରେ ମୋର ତୁମେ ଭାବଗ୍ରାହୀ

ମିଛ ମାୟା ତୁଟି ଯାଉ ତୁମ ନାମ ଧ୍ୟାୟୀ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract