STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଏଇ ମୋ ଦେଶ ପ୍ରଗତି ପଥରେ

ଏଇ ମୋ ଦେଶ ପ୍ରଗତି ପଥରେ

2 mins
17


ଜନ୍ମ ଲଭି ,ଏହି ଦେଶ ଭାରତ ମାଟିରେ

ଗର୍ବ ଅନୁଭବ ହୁଏ ପ୍ରତି ମୁହୂର୍ତ୍ତରେ

ଆଶ୍ଚର୍ଯ୍ୟ ଲାଗୁଛି ଜାଣି ଦେଶ ଇତିହାସ

ସ୍ୱାଧୀନତା ପାଇଁ କେତେ ହୋଇଛି ସଂଘର୍ଷ

ଦେବ ଭୂମି ଭାବେ ପରିଚିତ ମୋ ଭାରତ

ଦେବ ଦେବୀ ମୁନି ଋଷିଙ୍କର ପୁଣ୍ୟ କ୍ଷେତ୍ର

ବିବିଧତା ରେ ରହିଛି ଏକତାର ଭାବ

ରହିଅଛି ପ୍ରଥା ବାର ମାସେ ତେର ପର୍ବ।

ଉନ୍ନତି କରଣ ଧାରା ପ୍ରତ୍ୟେକ କ୍ଷେତ୍ରରେ

ଏକତା- ଅଖଣ୍ଡତା ର ମନ୍ତ୍ର ମୋ ଦେଶରେ

ଶିକ୍ଷା,ସ୍ବାସ୍ଥ୍ୟ,ଯୋଗାଯୋଗ କ୍ଷେତ୍ରରେ ଉନ୍ନତି

ଗବେଷଣା ଅଭିଯାନ ରହିଛି ସମ୍ପ୍ରତି ।

ଯତ୍ନରେ ପଢିବା ଯଦି ଦେଶ ଇତିହାସ

ଅବଗତ ହେବ ସ୍ବାଧିନତା ର ସଂଘର୍ଷ

ବହୁ ପ୍ରତିଘାତ ପରେ ସ୍ବାଧିନତା ପ୍ରାପ୍ତି

ବିଦେଶୀ କବଳରୁ ଦେଶ ହୋଇଛି ମୁକ୍ତି

ହିନ୍ଦୁ ରାଷ୍ଟ୍ର ବୋଲି ଯଦିଓ ମାନ୍ୟତା ଅଛି

ବିଭିନ୍ନ ଧର୍ମାବଲମ୍ବୀ ଭିନ୍ନ ଧର୍ମ ଅଛି

ଭାତୃଭାବ ର ସମ୍ପର୍କ ଦୃଢ଼ ରହିଅଛି

ପରଷ୍ପର ପ୍ରତି ସ୍ନେହ ପ୍ରେମ ରହିଅଛି

ଦେଶରେ ସଭ୍ୟତା ସହ ସଂସ୍କାର ରହିଛି

ଭେଦଭାବ ଭୁଲି ଏକତାର ମନ୍ତ୍ର ଅଛି

ଯୋଗ ର ଉପକାରିତା କହୁଛି ଭାରତ

ଯୋଗ ର ପ୍ରସାର ସହ ଭାରତ ଗର୍ବିତ

ବିଶ୍ବ ଯେବେ ଥିଲା ମହାମାରୀ କବଳିତ

ଭାରତ ନିର୍ମିତ ଟୀକା ହେଲା ସମର୍ପିତ।

ଚନ୍ଦ୍ର ଅଭିଯାନ ଥିଲା ଚର୍ଚ୍ଚାର ବିଷୟ

ଦେଶର ସୁରକ୍ଷା ପାଇଁ ଆଉ ନାହିଁ ଭୟ

ଆଇନ ର ପ୍ରଣୟନ ହୋଇଛି ଦେଶରେ

ଶାସନ ଚାଲିଛି ସମ୍ବିଧାନ ନିୟମରେ

ଦୁର୍ନୀତି ଲୋପ ନିମନ୍ତେ ଆଇନ ହେଉଛି

ନାଗରିକ ଅଧିକାର ଅକ୍ଷୁର୍ଣ୍ଣ ରହିଛି।

ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶି

ସ୍ବାଧିନତା ର ସ୍ମୃତି ଚାରଣେ ଦେଶ ଖୁସି

ଏଇ ମୋ ଦେଶେ ତ୍ରିରଙ୍ଗା ଉଡେ ଫରଫର

ଗର୍ବିତ ମୁଁ, ନାଗରିକ ଭାବେ ଭାରତର।

ପ୍ରାକୃତିକ ବିପର୍ଯ୍ୟୟ ଚିନ୍ତାର ବିଷୟ

ନାରୀ ସୁରକ୍ଷା ବି ଶିର ବ୍ୟଥାର ପ୍ରତ୍ୟୟ

ପରିବେଶ ସୁରକ୍ଷା ପାଇଁ ହେଉ ଚିନ୍ତନ

ବର୍ଷା ଜଳ ନଷ୍ଟ ବିନା,ହେଉ ସଂରକ୍ଷଣ

ନଦୀ ସଂଯୋଗ କରଣ ହେଉ ତ୍ୱରାନ୍ୱିତ

ଅବରୋଧ ହଟୁ ,ଜଳ ନିଷ୍କାସନ ପଥ

କୃତ୍ରିମ ବନ୍ୟାର ଭ୍ରମ ହେଉ ସମାଧାନ

କୃତ୍ରିମ ବର୍ଷାରେ ହେଉ ଶସ୍ୟ ଉତ୍ପାଦନ।

ନାରୀ ସୁରକ୍ଷା, ଯଦିଓ ଆଇନ ରହିଛି

ନାଗରିକ ଭାବେ ଆମ କର୍ତ୍ତବ୍ୟ ବି ଅଛି

ପରିବାର ରେ ନୈତିକ ସଂସ୍କାର ବିଧେୟ

ନାରୀର ସମ୍ମାନ ସମାଜରେ ହେଉ ଥୟ

ମୋ ଦେଶ ଭାରତ ଆଜି ପ୍ରଗତି ପଥରେ

ଆସ ଏକାଠି ହୋଇବା ଦେଶ ବିକାଶ ରେ।


Rate this content
Log in

Similar oriya poem from Abstract