STORYMIRROR

Sanjya Tripathy

Abstract

3  

Sanjya Tripathy

Abstract

ପତିପତ୍ନୀ ଗୋଟିଏ ତିଆରି କରାଯାଇଥିବା

ପତିପତ୍ନୀ ଗୋଟିଏ ତିଆରି କରାଯାଇଥିବା

1 min
116

ପତିପତ୍ନୀ

ଗୋଟିଏ ତିଆରି କରାଯାଇଥିବା ସଂପର୍କ

ପୂର୍ବରୁ କେବେ ପରସ୍ପରକୁ ଦେଖି ନ ଥିଲେ

ଏବେ ପୁରା ଜୀବନ ସାଥୀ

ପୂର୍ବରୁ ଅପରିଚିତ

ପୁଣି ଧୀରେ ଧୀରେ ପରିଚୟ

ଧୀରେ ଧୀରେ ହେଉଥିବା ହୃଦୟସ୍ପର୍ଶ

କଥାବାର୍ତ୍ତା ବନ୍ଦ

କେବେ ଚିନ୍-କେବେ ଅହଂ

ପୁଣି ଧୀରେ ଧୀରେ ପ୍ରସ୍ତୁତ ହୁଏ ପ୍ରେମପୁଷ୍ପର ମାଳା

ତା ପରେ ଏକ ଜୀବତା- ଦୁଇଟି ଶରୀର ଗୋଟିଏ ଆତ୍ମା

ବୈବାହିକ ଜୀବନ ପରିପକ୍ବ ହେବା ପାଇଁ ସମୟ ଲାଗେ

ଧୀରେ ଧୀରେ ଜୀବନରେ ମିଠା ସ୍ବାଦ ଆସିଯାଏ

ଠିକ୍ ଆଵାର ପରି- ଯେତିକି ପୁରୁଣା ସେତିକି ମନଗଢାଣିଆ ସ୍ବାଦ

ପତିପତ୍ନୀ ପରସ୍ପରକୁ ଜାଣତି-ବୃକ୍ଷ ବଢିବାରେ

ଫୁଲ ଆସେ- ଫଳ ଆସେ

ସଂପର୍କ ଆହୁରି ସୁଦୃଢ ହୋଇଯାଏ

ବୃକ୍ଷ ବଢିଚାରେ - ବେଲା ଫୁଟେ-ଫୁଲ ଫଳ ଆସେ

ସଂପର୍କ ଆହୁରି ମକ୍‌ବୁତ ହୁଏ- ଧୀରେ ଧୀରେ

ଏକାଠି ନ ରହିଲେ ଭଲ ଲାଗେ ନାହିଁ

ବୟସ ବଢିଚାଲେ-ଉଭୟେ ଉଭୟଙ୍କ ମଧ୍ୟରେ ଅଧ୍ଵ ଆଶ୍ରିତ ହୋଇ

ଯତି-ବିଚ୍ଛେଦରେ ଏକ ଶୂନ୍ୟତା ସୃଷ୍ଟି ହୁଏ

ପୁଣି ଧୀରେ ଧୀରେ ମନରେ ଭୟ ଆସେ

ଯେ ଚାଲିଗଲେ ମୁଁ କେମତି ବଂଚିବି ।

ମନରେ ଉଠୁଥିବା ଏହି ପ୍ରଶ୍ନ ମଧ୍ୟରେ ଦୁହେଁ ଦୁହିଁକର

ସ୍ଵତନ୍ତ୍ର ଅସ୍ତିତ୍ବ ସ୍ଵତଃ ଭୂଲିଯାଆନ୍ତି

କିପରି ବିଚିତ୍ର ସଂପର୍କ

କିଏ କେଉଁଠାରେ ଆଉ ଗୋଟି ନିର୍ମିତ ହୋଇଥିବା

ବନ୍ଧନ ବିବାହ ଏକ ଭରସା-ସମର୍ପଣ

ପ୍ରଶଂସା ସେଇ ପ୍ରୀତିର

ଯିଏ ନିଜର ଘର ଛାଡି ଦେଲା

ଆଉ ଧନ୍ୟ ସେ ପୁରୁଷ ଯିଏ ଅଚିହ୍ନା ସ୍ତ୍ରୀକୁ

ଘର ସମର୍ପି ଦେଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract