STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କିପରି ଯନ୍ତ୍ର ତୁହିରେ

କିପରି ଯନ୍ତ୍ର ତୁହିରେ

1 min
208


ନୂଆ ଭାରତର ନୂଆ ଯନ୍ତ୍ର ତୁହି

  ମୋବାଇଲ୍ ତୋର ନାମ

ସବୁତ କାର୍ଯ୍ୟରେ ତହିଁରେ ଏହୁଛି 

   ଗୁଞ୍ଜୁଛି ତୋହରି କାମ

ନାହିଁ ପ୍ରୟୋଜନ ଖାତା ଓ କଲମ

   ଆଙ୍ଗୁଳିର କାରିଗରୀ

ଲେଖୁଛି ତାହାର ମନବାଣୀ ଯାହା

  କଳ୍ପନାର ଶବ୍ଦ ଧରି।


ସେହୁ ଶବ୍ଦ ତାର ପଢନ୍ତି ସବୁରେ

  ନଲାଗେ ସମୟ ତହିଁ

ନୂଆ କଳେବର ଅମୃତ କାଳରେ

  ଦେଉଛି ଗୌରବ ଯହିଁ

କିପରି ଯନ୍ତ୍ର ଏ ହାତେ ସବୁକିଛି

  କେତେ ଉତ୍ସାହିତ ଜନ

ଥାଉବା ଦେଶରେ ଅବା ବିଦେଶରେ

  ଦିଏ ଟି ଖବର ଜ୍ଞାନ।


ତେବେତ ଭାରତ ସାଜି ଅଛି ନୂଆ

  ହୋଇ ଡିଜିଟାଲ୍ ଅଛି

ଭ୍ରଷ୍ଟାଚରୀ ଏବେ ଲୁଚି ବଲୁଛନ୍ତି

   ସତ୍ୟର ବା ବହୁଛି

ଏବେ ମୋବାଇଲ୍ ବ୍ରହ୍ମ ଅସ୍ତ୍ର ପରା

   ଖବର ସବୁ ଦେଉଛି

କେଉଁ ଠାରେ ଅଛି କିସବା କରୁଛି

   ଶାସନେ ଜଣା ପଡୁଛି।


ଖର୍ଚ୍ଚ ବଞ୍ଚୁ ଅଛି ଖବର ଦେଉଛି

  ଅଙ୍ଗ ହେଲା ଜୀବନର

ନାହିଁ ଚିଠି ପତ୍ର ଦେଉଛି ସୁବିଧା

  ସବୁତ ବନ୍ଧୁ ମୁଠାର

କଥା ଦେଖା ଦେଖି ଦୂରତା ରହିଛି

   ଖବର ଦିଏ ସକଳ

ସଂସାର ମୁଠାରେ ଜ୍ଞାନର ଯନ୍ତ୍ରରେ

   ସତରେ ଅମୃତ କାଳ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract