STORYMIRROR

Kalandi pal

Abstract

4  

Kalandi pal

Abstract

ତୁଳସୀ ଦେଏ ଓହ୍ଲେଇ

ତୁଳସୀ ଦେଏ ଓହ୍ଲେଇ

1 min
319


ତୁଳସୀ ଦୟଣା ଘୋଡେ଼ଇ ହୋଇ

ବସିଛୁ କାଳିଆ   ମୁହଁ ଦେଖେଇ

ଖିଲିପାନ  ଖିଆ ନାଲି  ଅଧର

ସରୁ  ହସଟିଏ  ଦିଶେ  ସୁନ୍ଦର

    ନେଉଛୁ ମନକୁ ମୋହି ।0।


ମାଆ ସାଆନ୍ତାଣି  ଆସିବେ ଧାଇଁ

ସଉତୁଣୀକୁ  ତ ଅଛୁ  ମୁଣ୍ଡେଇ

ଦେଖି କୋପ ସିମା ରହିବ ନାହିଁ

କେତେ ଚାଟୁ କଥା କହିବୁ ତୁହି

    ତୁଳସୀ ଦେଏ ଓହ୍ଲେଇ ।୧।


ରାସ କୁଞ୍ଜ କଥା ଭୂଲନ୍ତି ନାହିଁ

ବୃନ୍ଦାଙ୍କୁ ଧରି ତୁ ଗଲୁ ପଳେଇ

ଖୋଜି ଖୋଜି ତୋତେ ସକଳ ଗୋଇ

ପାଗଳିନୀ ହେଲେ ବଣରେ ଥାଇ

     ସେ କଥା ଭୂଲନ୍ତି ନାହିଁ  ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract