STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମନର ଦୁଃଖ ଦେଖାଇ ହୁଏନି, ଏଇ ଜୀବନ

ମନର ଦୁଃଖ ଦେଖାଇ ହୁଏନି, ଏଇ ଜୀବନ

1 min
366


ଏଇ ମୋ ପ୍ରିୟ ଜନମ ମାଟି, ନାମ ଭାରତ

ତାରି କୋଳେ ଜନମିଲି, ହୋଇଲି ମଣିଷ ତ।


ମେଲାଇ ଦେଇଛି ଦେଖ କିପରି ପ୍ରକୃତି ପସରା

ସବୁ ଦିନ ଦେଖୁଛି ମୁଁ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଓ ତାରା।


ପାହାଡ, ପର୍ବତ, ସାଗର ଜୀବଜନ୍ତୁ ଓ ପକ୍ଷୀକୁଳ 

ମନକୁ ମମତାରେ ବାନ୍ଧେ, ପ୍ରେମେ ହେଲେ ଭୋଳ।


ମନ ମତାଣିଆ ପବନେ, ସୁନ୍ଦର ଲାଗେ ଏ ଧରା

ବୁଲି ପାରିବା କି କେହି କେବେ ଏ ପୃଥିବୀଟା ସାରା ।


ଡବିରିର ସଳିତା ଟେ ପରି ଏଇ ତ ଆମରି ଜୀବନ

ଜଳି ଜଳି ଜୀଇଁବାକୁ ପଡିଥାଏ ଏଇ ପରା ଜୀବନ।


ଜୀବନର ଗତିପଥରେ କେବେ ମେଣ୍ଟୁନି ତ ଶୋଷ

ସରିଯାଏ ବୟସ, ଅଛି ଖାଲି ପରା ବଳକା ଆୟୁଷ ।


ଦେଖିଛି କେତେ କାଳବୈଶାଖୀର କରାଳ ରୂପକୁ

କଳାବାଦଲ କୋଳରେ ନେଇଥିବା ତା' ଆଶ୍ରୟକୁ।


ରହେ ଏକ ଅଭୁଲା ସ୍ମୁତି, ସେଇ ନିରିମାଖୀ ଜହ୍ନର

ଦୁନିଆରେ ଦେଖି ଥିବା ସମସ୍ତ ଅସହାୟ ପଣର।


ବିଗିଡି ଯାଏ ମନରୁ ପ୍ରେମ ଓ ପ୍ରୀତିର ଭାବନା 

ସେତେବେଳେ ହସି ପାରେନା ହସେଇ ପାରେନା।


ଅନେକ ଆସନ୍ତି ଚାଲିଯାନ୍ତି ସ୍ବାର୍ଥପାଇଁ ଚିହ୍ନା ଜଣା

ପୁତ୍ର କନ୍ଯା ଦାରା ସହୋଦର ଭାବି ହେଉ ବଣା।


ନିରୁଦ୍ଧିଷ୍ଟ ହୁଏ ଶାନ୍ତି ଜୀବନେ ସବୁ ହେଲେ ହୂଦୟହୀନ

ଅଜାଗା ଘା କୁ ଦେଖାଇ ହୁଏନି, ହୁଏ ମନରେ ଜ୍ୱଳନ।


ସଂସାର ସାଗର ପାରି ହେବାକୁ କ'ଣ ଦରକାର

ଖୋଜୁବା ହସର ଜୁଆର ମିଳେ ସାଥି ଥିଲେ ହୃଦୟର।


ଅନ୍ତର ବେଦନା ବୁଝେ, ଯିଏ ହୁଏ ପ୍ରକୃତ ସାଥୁ

ସେପରି ସାଥୀ ବିନା ମିଳେନି ଜୀବନ ଅନ୍ଧକାରୁ ମୁକ୍ତି।


ହେ ମୋର ଅର୍ଦ୍ଧାଙ୍ଗିନୀ, ତୁମେ ଆସିଲା ପରେ

ଯୋଡି ହୋଇଗଲା ତୁମ ନାମ ମୋ ନାଁ ସାଥିରେ।


ତୁମର ତ ମୁଠାଏ ଭରଷା ଓ ଆଞ୍ଜୁଳିଏ ବିଶ୍ବାସ 

ଢେର ସାରା ଭଲ ପାଇବା ହିଁ ମୋ ପାଇଁ ଆଶ୍ବାସ।


ତୁମେ ଆସି ଗଢି ଦେଲ ବଞ୍ଚିବାର ନୂଆ ଆଶା, 

ରହୁ ଜୀବନ ଶେଷ ପର୍ଯ୍ୟନ୍ତ ସେ ପ୍ରେମର ଭାଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract