STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଯୁଗ ସମ୍ଭବ ଶ୍ରୀହରି

ଯୁଗ ସମ୍ଭବ ଶ୍ରୀହରି

1 min
402


ଅସମ୍ଭାଳ ହୁଏ ଧରିତ୍ରୀ ଧର୍ମ ବିଲୟ କାଳେ

ଥରହର ହୁଏ ବାସୁକି ବିଧର୍ମିଙ୍କ ଚିରାଳେ ।।

ଚହଲି ଉଠଇ ବସୁଧା ଦୁର୍ମତି ଅତ୍ୟାଚାର 

ଅସହ୍ୟ ହୁଅଇ ଜୀବନ ସୁର ନର ନାଚାର ।।


ଯୁଗେ ଯୁଗେ ତେଣୁ ଶ୍ରୀହରି ନିରାକାରୁ ଆକାର

ରୂପେ ସେ ଜନମ ନିଅନ୍ତି ଆସି ଧରାପୃଷ୍ଠର ।।

ଜଳଚର, ନର ବାନର ତଥା ପଶୁ “ଶରୀର

ସମ” ରୂପେ ଆବିର୍ଭୁତ ବ୍ରହ୍ମାଣ୍ଡର ଠାକୁର ।।


ପରମ ପୁରୁଷୋତ୍ତମ ହିଁ ନିଜେ ନିଜ ନିର୍ମାତା

ସହି ହିଁ ନିର୍ମାଣ ନିର୍ମିତ ସେହି ପରମ ପିତା ।।

ସେ ଅଟନ୍ତି ନିଜେ ଦର୍ଶକ ଦୃଶ୍ୟ ନିଜେ ଶ୍ରୀହରି

ନିଜେ ନାଟ୍ୟକାର ନାଟକେ ଅଭିନୟ ସେ କରି ।।


ନିଜ କୀର୍ତ୍ତି କଳା ବିସ୍ତାର ସେତ କରନ୍ତି ନିଜେ

ଏ ସଂସାର ଅଟେ ତାଙ୍କର ସବୁ ସେହି ହିଁ ସୃଜେ ।।

ପ୍ରକୃତି ସହିତ ପୁରୁଷ ଖେଳ ମାୟା ସଂସାର

ଅହଂତ୍ଵ ବଡିମା ଗରବ କରି ଥାଏ ଅସୁର ।।


ତେଣୁ ନିରାକାର ଆକାର ହୋଇ ଅବତରଇ

ପ୍ରକୃତି ସେବେଳେ ନୀରବେ ସଙ୍ଗେ ଯାଏ ମିଳେଇ।।

ଅଧର୍ମ ଅନୀତି ନାସିବା ପାଇଁ ଯୁଗ ପୁରୁଷ

ଯୁଗ ସମ୍ଭବ ଯେ ଶ୍ରୀହରି ରୂପ ଧରେ ଅବଶ୍ୟ ।।


  










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract