ମୋହ ମାୟାଜାଲ
ମୋହ ମାୟାଜାଲ
କାହିଁ ବାଇ ମନ
ମୋହ ମାୟାଜାଲରେ
ହେଉଛୁ ଏତେ ଆଚ୍ଛନ୍ନ
ଜାଣିଛୁ ଜୀବନ ଅଢେଇ ଦିନର
ତଥାପି ପାପ ପଙ୍କେ ପଶୁ ତୁ' ନିତିଦିନ ।
ସବୁକୁ କହୁଛୁ
ତୁ' ମୋହର ମୋହର
ଜୀବ ଗଲାବେଳେ କେହି ନଥିବେରେ
ଧର୍ମ ଖାଲି ହେବ ସାର
ଭାଇ ବନ୍ଧୁ ସବୁ ଓଳିଏ ବେଳାଏ
କାନ୍ଦିବେରେ ତୋ' ପାଇଁ
ଜୀବ ଗଲେ ଚାଲି ସାଉଁଟିବେ ଧନ
କୋଉଠି କଅଣ ଯାଇଛୁ ଥୋଇ ।
ମିଛ ମରୀଚିକା ପରାଏ ଜୀବନ
ଛାଇ ଆଲୁଅର ଖେଳ
ଅଧର୍ମ ପଥରେ ପଥିକ ନ ହୋଇ
ସାଉଁଟୁ ଧରମ ବଳ
ମୋହର ମାୟାଜାଲରେ ନହୋଇ ଆବଦ୍ଧ
ଧର୍ମ ପଥେ ଚାଲି ଦେଏଖେ ଥରେ
ସୁଖ ମୟ ହେବ ଏ ଜୀବନ ପୃଷ୍ଠାଟି
ମନ ରହିବୁନି ଅନ୍ଧାରରେ ।
ଯାହାକୁ ଭାବୁଛୁ
ପୁଅ ଝିଅ କିମ୍ବା ଆତ୍ମୀୟ ସ୍ୱଜନ
ଯିବେନି ତୋ'ସାଥିରେ କେହି
ତଥାପି କାହିଁକି କହ ବାଇମନ
ମୋହ ମାୟାଜାଲରେ ଆଚ୍ଛନ୍ନ ହୋଇ ତୁ'
ପାପ କରିଚାଲୁ ଅନ୍ଧ ହୋଇ ।
ଛାଡି ଦେରେ
ସବୁ ଅଧର୍ମ ଅନିତୀ
ଜଳର ବୁଦ୍ ବୁଦ୍ ଜୀବନ ତୋର
ହରି ନାମ ଅଟେ ଏକାଟି ସାହାରା
ସେଥିରେ ହୋଇବୁ ସଂସାର ପାର ।