STORYMIRROR

Mamatamanjari Das

Inspirational Others

4  

Mamatamanjari Das

Inspirational Others

ଆଶାର ଆଲୋକ

ଆଶାର ଆଲୋକ

1 min
10

ରାତି ଯେତେ ଘୋର ହେଉ ପଛେ,
ଆକାଶେ ଗୋଟେ ତାରା ଜଳେ
ଦୁଃଖ ଯେତେ ଭାରି ହେଉ ପଛେ,
ମାଆ ପାଖରେ ଥିଲେ ,
ମନରେ ଗୋଟେ ସ୍ୱପ୍ନ ଦୋଳେ।

ଭାଙ୍ଗିଯାଇଥିବା ବାଟ ମଝିରେ,
ଗୋଟେ ହାତ ଧରି ନିଏ ମୋତେ
କହେ "ଡର ନାହିଁ ପାଗଳୀ,
ଅନ୍ଧାର ପରେ ସକାଳ ଆସେ।

ଝରିଯାଉଥିବା ଲୁହ ମଝିରେ,
ମା'ର ଗୋଟେ ସ୍ପର୍ଶ ଜୀବନ ଦିଏ
ମା’ର ମମତା, ପ୍ରେମର ଛାଇ,
ମରିବାକୁ ବସିଥିବା ମନକୁ ଜିଆଁଏ ।

ଜୀବନ ଯେବେ ପରୀକ୍ଷା ନିଏ,
ଭାବେ ସବୁ ହୋଇଗଲା ଶେଷ
ମାଆର ଆଶ୍ୱାସନା କଥା କେଇପଦ
ଛାତି ଭିତରେ ଧୀରେ ଧୀରେ,
ଜାଳିଦିଏ ଆଶାର ଆଲୋକ ଦୀପ ।

ଅନ୍ଧାରକୁ ହଟେଇ ଦେଇ,
ସେ ଆଲୋକ ଦେଖାଏ ବାଟ
କହେ "ଉଠ୍, ଚାଲ୍ ଆଗକୁ,
ତୋ ପାଇଁ ନୂଆ ଦୁନିଆଁ ଅଛି
ଆଗକୁ ପଡିଛି ଆହୁରି ଅନେକ ବାଟ…

ତେଣୁ ମୁଁ ଆଜି ବି ବଞ୍ଚିଛି,
ସେହି ଆଶାର ଆଲୋକେ
ଯେଉଁଠି ପ୍ରେମ ଅଛି,ଭରସା ଅଛି,
ସେଇଠି ଜୀବନ ବଞ୍ଚେ ଧିକେ ଧିକେ… 🌅



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational