STORYMIRROR

Mamatamanjari Das

Romance

4  

Mamatamanjari Das

Romance

ପାଦଚଲା ରାସ୍ତା

ପାଦଚଲା ରାସ୍ତା

1 min
285

ଅନୁଭବରେ ହେଉ ପଛେ
ତୁମେ ଯଦି ଥରେ ଆସନ୍ତ ମୋ ମନର କୁଞ୍ଜେ
ହାତ ଧରା ଧରି ହୋଇ ପାଦଚଲା ରାସ୍ତାରେ
ଆମେ ନିଇତି ବୁଲନ୍ତେ ସକାଳେ ଓ ସଞ୍ଜେ
ବହୁଥାଆନ୍ତା ଚଇତାଳି ବାଆ
କୃଷ୍ଣଚୂଡା ହସୁଥାଆନ୍ତା ଖିଲି ଖଲି
ଆମ ଦୁହିଁଙ୍କୁ ଦେଖି  ,
ମନକୁ ମନରେ ଛନ୍ଦି , ହାତ ଧରା ଧରି ହୋଇ
ପାଦଚଲା ରାସ୍ତାରେ ଚାଲୁଥିବା ଆମେ ପ୍ରେମପକ୍ଷୀ…

ଅବନା ଅକ୍ଷରରେ
ତୁମ ମୋ ହୃଦୟର
ଅନାବନା କଥା ସବୁ ଲେଖିଦେବା
ନିରୋଳା ମୁହୂର୍ତ୍ତରେ ପାଦଚଲା ରାସ୍ତାରେ ଚାଲୁ ଚାଲୁ
ମନର କଥା ଯେତେ ନିଠେଇ ଗପିବା,,,,,

ଅ କ ବ ଚ କୁ ସାଥିରେ ଧରି
ନୁଆଁଣିଆ ସଞ୍ଜକୁ ନିଜର କରି
ଦୂର ଦିଗ୍ ବଳୟ ଭିତରେ
ଖୁବ୍ ହଜିବା…
ତୁମେ କହୁଥିବ , ମୁଁ ଶୁଣୁଥିବି
ପତ୍ରଝଡା ବୟସରେ ଆଉ ଅବା କଣ ଲୋଡିବା !!

ତୁମେ କହୁଥିବ ମୁଁ ଶୁଣୁଥିବି
ଅସ୍ପଷ୍ଟ ହୃଦୟର
ଯଥେଚ୍ଛ ଯନ୍ତ୍ରଣା ଧରି
ତେଜୋମୟ ତତଲା ଲୁହରେ
ଦୁହେଁ ଆମେ ନିରବେ ଭିଜିବା
ଆସ ଟିକେ ଘନିଷ୍ଠ ଆଳାପରେ
ପ୍ରେମର ଘୁଙ୍ଗୁର ସାଥେ
ପାଦଚଲା ରାସ୍ତାରେ ଯାଇ ଘାଟ ପାରି ହେବା,,
ସମୟତ  ବହି ଯାଇଛି ଅନେକ ଆଗକୁ
ତଥାପି ପୁରୁଣା ସ୍ମୃତିର ପୃଷ୍ଠାରେ
ତୁମ ମୋ ନାଁ ନ ଥିବା ସମ୍ପର୍କକୁ
ନାଆ  ଟିଏ କରି,,,
ସମୟର ନଈ ପାରିହେବା,,,,,
ଆସ ସାଥି ଥରେ ତୁମେ  ପାଦଚଲା ରାସ୍ତାରେ ଆମେ
ସ୍ମୃତି କୁ ଉଖାରି ଟିକିଏ ସେଥିରେ ଭିଜିବା…   



Rate this content
Log in

Similar oriya poem from Romance