STORYMIRROR

Sarmistha Palai

Romance

3  

Sarmistha Palai

Romance

ବିରହ, ମିଳିବ, ପ୍ରେମ ନିଦର୍ଶନ

ବିରହ, ମିଳିବ, ପ୍ରେମ ନିଦର୍ଶନ

1 min
138


ବିରହ ଟା' ଯଦି ଜୀବନେ ନଆସେ

  ମିଳନେ ମଧୁର କଇଁ।

ବିରହର ପରେ ମିଳନର ସ୍ୱାଦ

  ହୃଦୟକୁ ଯାଏ ଛୁଇଁ।


ଦୂରତା ତ' କିଛି ସମୟର ପାଇଁ

  ରହିବା ଉଚିତ୍ କଥା।

ନହେଲେ କେମିତି ଜାଣିବ କୁହତ

  ହୃଦେ ଉଠେ କେତେ ବ୍ୟଥା।


ଜୋଛନା ରାତି ଟା' ସବୁଦିନ ନୁହେଁ

  ଅମାବାସ୍ୟା ଟିକେ ଭଲ।

ଅନ୍ଧାର ହୋଇଲେ ମୁଲ୍ୟଟା ବୁଝିବ

  କାହାକୁ ଯେ' ହରାଇଲ।


ସେଇ ଅନ୍ଧକାରେ କେତେ ତ' ଖୋଜିବ

  ପୂର୍ଣ୍ଣମୀର ଚାନ୍ଦ ମୁହଁ।

ନଦେଖି ନୟନେ ଲୋତକର ଧାର

  ଝରିବ କି? ନାହିଁ କୁହ।


ବିରହ ନିଆଁ ଟା ଜାଳିଦିଏ ସତ

  ପାଉଁଶ ହୁଏନା କେବେ।

ସେହି ପାଉଁଶରୁ ପ୍ରୀତି ବାସ୍ନା ଆସେ

  ସାଥୀ ଛୁଇଁ ଦିଏ ଯେବେ।


ବିରହ ନଥିଲେ ପ୍ରେମର ମହତ୍ତ୍ୱ

  କିଏ କ'ଣ କେବେ ବୁଝେ।

ବୁଝିଗଲା ପରେ ବିରହ ଯାଇକି

  ହୃଦୟ ମିଳନ ଖୋଜେ।


ବିରହକୁ କେହି ଭଲପାଆନ୍ତି ନାହିଁ

  ମିଳନ ଖୋଜନ୍ତି ସବୁ।

ମିଳନର ସ୍ୱାଦ ଟିକେ ଚଖେଇକି

  ବିରହ ନିଏ ତ' ସବୁ।


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

  ମିଳନ ପରେ ବିଚ୍ଛେଦ।

ସେଇ ବିଚ୍ଛେଦକୁ ନିଃସ୍ୱାର୍ଥେ ଝୁରିଲେ

  ଫେରି ଆସେ ଯେ' ଆନନ୍ଦ।


ପ୍ରେମର ଦୁଇଟି ନେତ୍ର ହେଉଛନ୍ତି

  ବିରହ ଆଉ ମିଳନ।

ମିଳନ ଚକ୍ଷୁ ଟି ବନ୍ଦ ହୋଇଗଲେ

  ଲୁହେ ବିରହ ମଳିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance