STORYMIRROR

Sarmistha Palai

Classics

3  

Sarmistha Palai

Classics

*##ଦଶଭୂଜା##*ବରଷକେ ଥରେ ଧରାକୁ

*##ଦଶଭୂଜା##*ବରଷକେ ଥରେ ଧରାକୁ

1 min
198


ବରଷକେ ଥରେ ଧରାକୁ ଆସୁ ମା'

  ହୋଇ ଦଶଭୂଜା ରୂପ।

ପାପିକୁ ବଦ୍ଧିକି ତପିକୁ ତାରିକି

  ଦରଖାଉ ତୁ' ତୋର କୋପ।


କାଶତଣ୍ଡି ଫୁଲ ପବନେ ଝୁଲିକି

  ଦିଏ ଆଗମନି ବାର୍ତ୍ତା।

ଆସୁଛି ଆସୁଛି ଜଗତ ଜନନୀ

  ଶୁଣ ଆହେ ସୁତ ସୁତା।


ଅଶ୍ୱ ବାହାନରେ ଗଜ ବାହାନରେ

  ଇଚ୍ଛା ମତେ ମାଲୋ ଆସୁ।

ତୋର ଆଗମାନେ ଧରଣୀ ଶୋଭିତ

  ସିଂହ ଉପରେ ତୁ' ବସୁ।


ଦଶ ଦିନ ମାଲୋ ପୂଜା ପାଇ ଥାଉ

  ଦଶ ମେଘି ପାଟ ପିନ୍ଧି।

କତି ଖର୍ପର କୁ ହାତରେ ଧରିଣ

  ଲହ ଲହ ଜିହ୍ଵା କରି।


ମଥାରେ ସିନ୍ଦୁର ଗଳେ ଫୁଲ ହାର

  ହାତରେ ଆୟୁଧ ଚୁଡ଼ି।

କଟିରେ କିଙ୍କିଣି ପାଦରେ ନୁପୁର

   ସିମନ୍ତେ ହୀରାର କଢି।


ପୁର ପଲ୍ଲୀ ଠାରେ ସୁସଜ୍ଜିତ ହୁଏ

  କେତେ ଯେ' ପୂଜା ମଣ୍ଡପ।

ଆଲୋକର ମାଳ କି' ସୁନ୍ଦର ଦିଶେ

  ବାସୁ ଥାଏ ଝୁନା ଧୂପ।


ଘଣ୍ଟ, ଘଣ୍ଟା, ସାଥେ ମୃଦଙ୍ଗ, କାହାଳି

  ଶଙ୍ଖ, ହୁଳହୁଳି ଶବ୍ଦ।

ଚତୁର୍ଦିଗ ପ୍ରକମ୍ପିତ ହେଉଥାଏ

  ମାଆ ମଣ୍ଡପରେ ଶୋଭେ।


ପାର୍ବଣର ଋତୁ ଆସିଛି ଧରାକୁ

  ଆନନ୍ଦ ଉଲ୍ଲାସ ନେଇ।

ସବୁ ଦୁଃଖ, କଷ୍ଟ ହରଣ କରିକି

  ମାଆ ଯିବ ସୁଖ ଦେଇ।


ମହିଶାମର୍ଦ୍ଧିନି ଦୁର୍ଗତିନାସିନୀ

   ମା'ଲୋ କାତ୍ୟାୟନି ତୁହି।

ଦଶ ମହାବିଦ୍ୟା ନାମେ ତୁ' ପୂଜିତ

  ଦଶ ଦିଗେ ମା'ଲୋ ରହି।


ତୁଇ ମୋ' ଜନନୀ ମୁଇଁ ତୋର ଝିଅ

  କିବା ଗୁଣ ତୋ' ବର୍ଣ୍ଣିବି।

ତୋ' ପଣତ ତଳେ ଘୋଡାଇ ରଖିବୁ

  ଏତିକି ମୁହିଁ ଚାହିଁବି।


ଯାହା ଦୟା କଲୁ ଗିରି ନନ୍ଦିନୀ ଲୋ'

  ଶର୍ମିଷ୍ଠା ଭାଣିଲା ଗିତେ।

କୋଟି ଦଣ୍ଡବତ ତୋ' ପାଦେ କରୁଛି

  ଚାହିଁ ଥିବୁ ଟିକେ ମୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics