STORYMIRROR

Sarmistha Palai

Classics Others

4  

Sarmistha Palai

Classics Others

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
317


ରାମ ଗଲେ ବନବାସ

ସୀତା ଚୋରାଇ ନେଲା ରାକ୍ଷସ

ରାମ, ସୌମିତ୍ରୀ ମନ ବିରସ।


ବାନରଙ୍କୁ ସାଥି କଲେ

ହନୁମାନ ରାମ ଭକ୍ତ ଯେ' ଥିଲେ

ସର୍ବେ ମିଶିକି ଲଙ୍କାକୁ ଗଲେ।


ବଦ୍ଧ କଲେ ରାମ ରାଈ

ରାବଣ ନିଶ୍ୱାସ ନେଲେ ଛଡାଇ

ସୀତାଙ୍କୁ ଉଦ୍ଧାର କରିଲେ ତହିଁ।


ଚଉଦ ବର୍ଷର ଦଣ୍ଡ

ବନବାସେ ଥିଲେ ରାମଚନ୍ଦର

ପୂରଣ ହୋଇଲା ଫେରିଲେ ଘର।


ସମସ୍ତଙ୍କ ସ୍ୱାଗତରେ

ଦୀପ ଜଳାଇଲେ ଅଯୋଧ୍ୟା ପୁରେ

କେତେ ଖୁସି ଯେ' ନକହିଲେ ସରେ।


ଶ୍ୟାମା କାଳୀ ପୂଜା ହୁଏ

ଗଜଲକ୍ଷ୍ମୀଙ୍କର ଆଶିଷ ମିଳେ

ସର୍ବେ ଏହି ତିଥିକୁ ତ' ପାଳିଲେ।


ପିତୃପୁରୁଷଙ୍କୁ ଶ୍ରାଦ୍ଧ

ବଡ଼ବଡୁଆଙ୍କୁ ହୁଏଟି ଡାକ

ପାଳିଥାନ୍ତି ଗୃହେ ଯେ' ବଂଶଜକ।


ଗଙ୍ଗା ଯାଅ ଗୟା ଯାଅ

ବାଇଶି ପାହାଚେ ଗଡୁ ତ' ଥାଅ

ଏହା ଦ୍ୱାରା ମୋକ୍ଷ ପ୍ରାପ୍ତି ଟି' ହୁଅ।


ଦୀପାବଳୀ ଦିନ ଜାଣ

ଶ୍ୟାମାକାଳୀ ପୂଜା ହୁଏତ ଜାଣ

ମାଆଙ୍କୁ କରନ୍ତି ଯେ' ଆବାହନ।


ଦୁଷ୍ଟ ନିବାରିବା ପାଇଁ

ଧରାକୁ ଆସନ୍ତି କାଳୀକା ହୋଇ

ହାତରେ ଘଡ଼ଗ ଖର୍ପର ନେଇ।


ଦୀପାବଳୀ ଦିନ ଜାଣ

ଫୁଟାଅ ନାହିଁ ତ' ବିଷାକ୍ତ ବାଣ

ସେଥିରେ ହୁଅଇ କ୍ଷତି ଜୀବନ।


କର ଦୀପ ପ୍ରଜ୍ବଳନ

ଅନ୍ଧାର ଦୂରାଇ ହସିବ ପ୍ରାଣ

ଜୀବନ ଅଟଇ ଅମୂଲ୍ୟ ଧନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics