STORYMIRROR

Sarmistha Palai

Others

3  

Sarmistha Palai

Others

ଗୁରୁ ହିଁ ସାକ୍ଷାତ ଈଶ୍ୱର

ଗୁରୁ ହିଁ ସାକ୍ଷାତ ଈଶ୍ୱର

1 min
285


ଗୁରୁ ଶବ୍ଦର ଅର୍ଥ ମୁଁ' କହୁଛି

  ଯାହା ଅଛି ଶାସ୍ତ୍ରେ ଲେଖା।

ଗୁ' ର ଅର୍ଥ ଅନ୍ଧକାର ହେଲେ

  ରୁ' ଆଲୋକର ଶିଖା। (୧)


ଅଜ୍ଞାନ ଅନ୍ଧାର ଦୂର କରି ଗୁରୁ

  ଦେଖାନ୍ତି ଜ୍ଞାନର ପଥ।

ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ଠାରୁ

  ଗୁରୁ ଯେ' ବିଶାଳ ରଥ। (୨)


ଗୁରୁ ଓ ଗୋବିନ୍ଦ ଏକା ସାଥେ ଥିଲେ

   କାହାକୁ ମଣିବ ଶ୍ରେଷ୍ଠ।

ଗୁରୁ ପାଦ ପଦ୍ମେ ପ୍ରଣାମ କରିଲେ

  ମିଳି ଯିବେ ଆପେ ଇଷ୍ଟ। (*୩)


ସାତଦ୍ୱିପ , ନଅ ଖଣ୍ଡ, ତିନିଲୋକ

  ଏକୋଇଶ ବ୍ରହ୍ମାଣ୍ଡରେ।

ସଦ୍ ଗୁରୁଙ୍କ ପରି ହିତକାରୀ ଆଉ

  କେହି ନାହିଁ ଏ' ସଂସାରେ। (୪)


ମାଟି ପିଣ୍ଡୁଳାରେ କୁମ୍ଭାର ଯେସନେ

  ଗଢି ଥାଏ ରୌମ୍ୟ ଘଟ

ଗୁରୁ ସେହି ପରି ଶିଷ୍ୟକୁ ଗଢନ୍ତି

  ଦେଖାଇ ସୁଗମ ବାଟ। (୫)


ଗୁରୁ ପିତା ଗୁରୁ ଭାଗ୍ୟ ବିଧାତା ଯେ'

  ନର ରୂପୀ ନାରାୟଣ।

ଗୁରୁ ବିନା ଏହି ସଂସାର ସାଗରୁ

  ପାରି ନ' ହୋଇବ ଜାଣ। (୬)


ଗୁରୁଙ୍କ ଆଶିଷେ ଶିଷ୍ୟର ମଙ୍ଗଳ

  ଭବିଷ୍ୟ ହୁଏ ଉଜ୍ବଳ।

ଗୁରୁଙ୍କ ପଦରେ ମଥା ରଖିଥିଲେ

  ଉଦୟ ଜ୍ଞାନ କମଳ। (୭)


ଗୁରୁଙ୍କ ଚରଣେ ମଥା ରଖିଥିଲେ

  ଦୂର ହୋଇବ ଅନ୍ଧାର।

ଦେବତା ହୋଇଣ ମର୍ତ୍ତେ ଦେହ ଧରି

  ଧରିଲେ ଗୁରୁ ପୟର l (୮)


ସ୍ୱର୍ଗର ଦେବତା ଗୋବିନ୍ଦ ହୋଇଲେ

  ମର୍ତ୍ତ୍ୟର ଦେବତା ଗୁରୁ।

ତାଙ୍କରି ଆଜ୍ଞାକୁ ମାନି ଚଳୁ ଥିଲେ

  ଉଦ୍ଧାର ହେବ ନର୍କରୁ। (୯)


ଗୁରୁ ନିନ୍ଦା ଯିଏ କରେ ଅବା ଶୁଣେ

  ନର୍କ ଗାମି ହୋଇଥାଏ।

ଗୁରୁଙ୍କର ବାଣୀ ବିନୟେ ଶ୍ରବଣେ

  ସୁଫଳ ପ୍ରାପ୍ତି କରାଏ। ୧୦)





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍