STORYMIRROR

Sarmistha Palai

Classics

3  

Sarmistha Palai

Classics

ବୁଦ୍ଧି ସିଦ୍ଧି ଦାତା ହେ' ଗଣପତ

ବୁଦ୍ଧି ସିଦ୍ଧି ଦାତା ହେ' ଗଣପତ

1 min
186


ଖର୍ବ ସ୍ଥୁଳ ତନୁ ଗଜେନ୍ଦ୍ର ବଦନ

  ଆହେ ଗିରିଜା ନନ୍ଦନ।

ଏକ ଦନ୍ତ ବିଦାରିତାରି ରୁଧିରେ

  ତୁମ୍ଭେ ଜଗତ ବନ୍ଦନ।


ଆହେ ଗଜାନନ ପାର୍ବତୀ କୁମର

  ଜ୍ଞାନ, ବୁଦ୍ଧି ପ୍ରଦାୟକ।

ହସ୍ତୀର ମସ୍ତକ ଧାରଣ କରିଛ

  ତୁମ୍ଭେ ତ' ଶୁଭ ଦାୟକ।


ସର୍ବ ଦେବତାଙ୍କ ମଧ୍ୟେ ଅଗ୍ରପୂଜ୍ୟ

  କଳସ ଭାବେ ବିରାଜ।

ଶ୍ରୀକ୍ଷେତ୍ର ଧାମରେ ତ' ବଟ ଗଣେଶ

  ଅଟନ୍ତି ଯେ' ମହାରାଜ।


ସିଦ୍ଧି, ବୁଦ୍ଧି ଦାତା ଜ୍ଞାନର ବିଧାତା

  ଆହେ ପ୍ରଭୁ ଗଣପତି।

ଶୁଭ ଲଗ୍ନ ସର୍ବ ମଙ୍ଗଳ କୃତ୍ୟରେ

  ତୁମ୍ଭେ ପ୍ରଭୁ ପ୍ରଜାପତି।


ଲମ୍ବୋଧର ସିନ୍ଦୁର ଶୋଭାକର ତ'

  ଶୈଳସୁତା ପ୍ରାଣ ଧନ।

ପିତା, ମାତା, ଚତୁଃର୍ପାଶ୍ୱରେ ଭ୍ରମିଣ

  ଜଗତ ଭ୍ରମିଲ ଜାଣ।


ମାତୃ ଆଦେଶକୁ ପାଳନ କରିଣ

  ପିତାଙ୍କୁ ଆହ୍ୱାନ ଦେଲ।

ଯୁଦ୍ଧରେ ପରାସ୍ତ କରିବ ଭାବିକି

  ପରାକାଷ୍ଠା ଦେଖାଇଲ।


ସବୁ ବିପଦକୁ ଖଣ୍ଡନ କରିକି

  ଆଶିଷକୁ ଦିଅ ଢାଳି।

ମୂଷିକ ପିଠିରେ ବିରାଜିତ ହୋଇ

  ଶୁଣୁ ଥାଅ ସର୍ବ ଅଳି।


କର୍ଣ୍ଣରେ କୁଣ୍ଡଳ, କାନ୍ଧରେ ପଇତା

  ପାଦରେ ନୁପୁର ଶୋଭେ।

ମଥାରେ ମୁକୁଟ ଗଳେ ରତ୍ନ ହାର

  କି' ସୁନ୍ଦର ରୂପ ସତେ।


ମୋଦକର ଲଡୁ ଅତି ପ୍ରିୟ ତୁମ୍ଭ

  ତାଣ୍ଡବ ନୃତ୍ୟ ପ୍ରବୀଣ।

ଶିବ ଶମ୍ଭୁଙ୍କର ଯୋଗ୍ୟର ସନ୍ତାନ

  ତୁମ୍ଭେ ପ୍ରଭୁ ଗଜାନନ।


ଭାଦ୍ରବ ମାସର ଚତୁର୍ଥୀ ତିଥିଟି

  ଅଟେ ତୁମ୍ଭ ଜନ୍ମ ଦିନ।

ପୂଜା, ଜପ, ତପ କିଛି ଜାଣେ ନାହିଁ

  ପ୍ରଣତି ମୋହର ଘେନ।


ଶିବ, ଶକ୍ତି ସୁତ କାର୍ତ୍ତୀକ ଅନୁଜ

  ବିଘ୍ନହର୍ତ୍ତା ଭଗବାନ।

ତିମ୍ଭ ପଦ ତଳେ କୋଟି ଦଣ୍ଡବତ

  କରୁ ଅଛି ଏ' ଅଧମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics