STORYMIRROR

Sarmistha Palai

Others

3  

Sarmistha Palai

Others

ଅପୂର୍ବ ଶୋଭାର ଭଣ୍ଡାର ଧରି

ଅପୂର୍ବ ଶୋଭାର ଭଣ୍ଡାର ଧରି

1 min
160


 କାଶତଣ୍ଡି ଫୁଲ ଆଜି ଧରାକୁ ଛୁଉଁଛି

ପାର୍ବଣର ଋତୁ ବନ ଗହନେ ବାସୁଛି।

ଶୁଭ୍ର କାଶତଣ୍ଡି ସାଥେ ଝୁମୁଛି ଏ' ଧରା

ପାର୍ବଣର ଋତୁ କୁହେ ମୁଁ ଆସି ଅଛି ପରା।


ବିଲ ବନ୍ଧେ ନଦୀ ତୁଠେ ପବନେ ଦୋହଲି

ଆନନ୍ଦେ ନାଚୁଛି ମାଆ ଆସୁଅଛି ବୋଲି।


କାଶତଣ୍ଡି ଫୁଲେ ଫୁଲେ ଆସିନ ଆସିଛି

ଧବଳ ଚାଦର ସତେ ବିଛେଇ ଦେଇଛି।


କି' ସୁନ୍ଦର ଶୋଭା ସତେ ଧରା ମଣ୍ଡୁ ଅଛି

ଚତୁଃର୍ଦିଗେ କାଶତଣ୍ଡି ମଥା ଟେକି ଅଛି।


ସୁସଜ୍ଜିତ ପୁର ପଲ୍ଲୀ ଗଗନ ମଣ୍ଡଳ

ସ୍ୱାଗତ କରୁଛି ପରା ମା' ଆସିବା ବେଳ।


ସିଂହ ବାହାନରେ ଦଶଭୂଜା ବିଜେ କରି

ଉଭାହେବେ ଶଙ୍ଖ, ଚକ୍ର, ଗଦା, ହସ୍ତେ ଧରି।


କାତି ଖର୍ପର ସାଥିରେ ମୁଣ୍ଡ ମାଳ ମାଳ

ଶୋଭୁ ଥିବ ଗଳେ ପୁଣି ମନ୍ଦାରର ଫୁଲ।


ସାତ ରଙ୍ଗୀ ପାଟ ପିନ୍ଧି ପାଲିଙ୍କିରେ ବସି

ବିଜେ କରିବେ ତ' ମାଆ ମଣ୍ଡପରେ ହସି।


ମଥାରେ ସିନ୍ଦୁର ଟୀକା ପାଦରେ ପାଉଁଜି

ବର ଦେଇଥାନ୍ତି ମାଆ ଭକ୍ତ ମନ ବୁଝି।


ଦୟାମୟୀ ଜନନୀ ଲୋ' କରୁଣା ସାଗରୀ

ଦଶ ମହାବିଦ୍ୟା ନାମ ବିଖ୍ୟାତ ତୋହରି।


ହୃଦ କମଳକୁ ମାଆ ତୋ' ପାଦେ ଅର୍ପିଲି

ପାର୍ବଣର ରୂତୁରେ ମା' ସ୍ୱାଗତ କରିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍