STORYMIRROR

Sarmistha Palai

Inspirational

3  

Sarmistha Palai

Inspirational

ଦେଶ ମାତୃକାର ହେ ବୀର ସନ୍ତାନ

ଦେଶ ମାତୃକାର ହେ ବୀର ସନ୍ତାନ

1 min
208


ଗୁଜୁରାଟ ରାଜ୍ୟର ପୋର୍ରବନ୍ଦରେ

  ଜନ୍ମ ହୋଇଥିଲେ ବାପୁ।

ମୋହନ କରମ ଚାନ୍ଦ ଗାନ୍ଧୀ ନାମ

  ଜନ୍ମ ଦାତା ଦେଲେ ତାଙ୍କୁ।


ଦେଶ ମାତୃକାକୁ ସ୍ୱାଧୀନ ଦେବାକୁ

  କରିଥିଲେ ମନେ ପଣ।

ଫିରିଙ୍ଗି ମାନଙ୍କୁ ବିତାଡିତ କରି

  ଗାଇଥିଲେ ଜଣ ଗଣ।


ଅଂହିସାକୁ ସିଏ ଧର୍ମ ମାନି କରି

  ସେଥିରେ ପଥିକ ହେଲେ।

ନିର୍ଦୋଶି ମାନଙ୍କୁ ଉଦ୍ଧାରିବା ପାଇଁ

  କେତେ ଆନ୍ଦୋଳନ କଲେ।


ସ୍ବଦେଶୀ ବସ୍ତ୍ରକୁ ପରିଧାନ ପାଇଁ

  ବାପୁ ତ' ଆହ୍ୱାନ ଦେଲେ।

ଚରଖା ଚଳାଇ ଆତ୍ମ ନିର୍ଭର ହୁଅ

  ବାପୁ ତ' ନିର୍ଦ୍ଦେଶ ଦେଲେ।


ବ୍ରିଟିଶ ସାମଗ୍ରୀ ବର୍ଜ୍ଜନ ନିମନ୍ତେ

  କେତେ ପଦ ଯାତ୍ରା କଲେ।

ଲବଣ ସତ୍ୟାଗ୍ରହ କରି ମହାତ୍ମା

  ସତ୍ୟ, ନ୍ୟାୟ, ଜ୍ଞାନ ଦେଲେ।


ଅହିଂସା ମାର୍ଗକୁ ଆପଣାର କରି

  ସ୍ୱାଧୀନ କଲେ ଦେଶକୁ।

ଜନତା ମାନଙ୍କୁ ଏକତ୍ରିତ କରି

  ଉଡାଇଲେ ତ୍ରିରଙ୍ଗା କୁ।


ଖଣ୍ଡିଏ ଧୋତି ଓ ଚପଲରେ ବାପୁ

  ବିତାଇ ଥିଲେ ଜୀବନ।

ଭାରତ ମାତାର ପ୍ରଥମ ସନ୍ତାନ

  ମହାନୁଭବ ମୋହନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational