STORYMIRROR

Sarmistha Palai

Others

4  

Sarmistha Palai

Others

ଅଂଶୁଘାତ

ଅଂଶୁଘାତ

1 min
29


ବୈଶାଖ ମାସରେ ସୂର୍ଯ୍ୟଙ୍କ ପ୍ରକୋପେ

  ଧରଣୀ ଅସହ୍ୟ ହୁଏ।

ଜୀବ, ଜଗତ ଠୁ' ବନ, ଲତା, ଗିରି

  ନିଦାଘ ତାତିକୁ ସହେ।


ନଦ, ନଦୀ, ହ୍ରଦ ଜଳ ଶୁଖି ଯାଏ

  ଜଳ ପ୍ରାଣୀ ହନ୍ତସନ୍ତ।

କେତେ ପ୍ରାଣୀ ଜୀବନ ହାରନ୍ତି

  କିଛି ରୁହନ୍ତି ଜୀବନ୍ତ।


ବୁନ୍ଦା ବୁନ୍ଦା ପାଣି ପାଇଁ ହାହାକାର

  ଶୁଭେ ସାରା ଦୁନିଆଁରେ।

ପାଣି ବିନା ଅଂଶୁଘାତ ହୋଇଥାଏ

  ଏହି ନିଷ୍ଠୁର ଖରାରେ।


ରବିଙ୍କ ତେଜରେ ଜଳ ଶୁଖି ଯାଏ

  ଜଗତ ହୁଏ ହୁତାଶ।

ସେଇଥି ପାଇଁ କି' ମାନବ ସମାଜ

  ଭୋଗିଥାଏ ଅଂଶୁଘାତ।


ପ୍ରବଳ ତାତିରେ ଅସହ୍ୟ ଜୀବନ

  ଛଟପଟ ହୁଏ ପ୍ରାଣ।

ମୁଣ୍ଡ ଫଟା ଖରା ଭୟ ସୃଷ୍ଟି କରେ

  ସହନ୍ତି ପଥିକ ଜନ।


ଅଂଶୁଘାତରୁ ବଞ୍ଚିବା ପାଇଁ କି'

  ଶୀତଳ ଜଳ ତ' ସାଥି।

ମାଠିଆ ପାଣିରେ ଜୀବନ ରହଇ

  ବରଫ ଦିଅଇ ଶାନ୍ତି।


ଘରୁ ବାହାରକୁ ଗୋଡ଼ କାଢୁଥିଲେ

  ହାତରେ ଧରିବ ଛତା।

ପଖାଳ ତୋରାଣି ଖାଇଥିବ ଯଦି

  ନାହିଁ ଅଂଶୁଘାତ ଚିନ୍ତା।


ଓଦା ଗାମୁଛାକୁ ମୁଣ୍ଡେ ରଖିଥିବ

  ସାଥିରେ ଧରିବ ପାଣି।

ଶରୀର ଛୁଇଁବ ନାହିଁ ଅଂଶୁଘାତ

  ଏହି କଥା ରଖ ଜାଣି।


ବିଭିନ୍ନ ପ୍ରକାର ଚର୍ମ ରୋଗ ହୁଏ

  ଏହି ଗ୍ରୀଷ୍ମର ଋତୁରେ।

ସାବଧାନ ହୋଇ ନିଜେ ଚଳୁଥିଲେ

  ଶରୀର ସୁସ୍ଥ ଯେ' ରୁହେ।


ନିଦାଘ ତାତି ତ' ତାଣ୍ଡବ ରଚଇ

  ଜୀବ, ଜଗତ ଉପରେ।

ତଥାପି ଚାଲିଛି ଜୀବନ ବଞ୍ଚିବା

  ଈଶ୍ୱରଙ୍କ ଏ' ସୃଷ୍ଟିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍