STORYMIRROR

Sarmistha Palai

Tragedy

4  

Sarmistha Palai

Tragedy

ଲୁହ

ଲୁହ

1 min
311

ରଙ୍ଗ ହୀନ ଅଟେ ଲୁହର ରୂପ ଟି'

  ହେଲେ ଅମାପ ତା' ମୂଲ୍ୟ

ଏନ୍ତୁଡ଼ି ଶାଳରୁ ମଶାଣି ପର୍ଯ୍ୟନ୍ତ

  କେହି ନୁହେଁ ସମତୁଲ୍ୟ।


ସୁଖ ବିଷାଦରେ ଝରି ପଡେ ସିଏ

  ହୋଇ କରି ଭାବମୟ

ଲୁହ ଦେଖେ ନାହିଁ ବାର, ତିଥି, ମାସ

  ଅବା କିବା ଯେ' ସମୟ।


ଲୁହ ଶିକ୍ଷା ଦିଏ ଜୀବନ ଜିଇଁବା

  ଛାତିକୁ ପଥର କରି

ଦୁଃଖ, ଯନ୍ତ୍ରଣାର କଶାଣ ଭିତରେ

  ଲୁହ ହିଁ' ଏକା ନିଜର।


ପ୍ରତି ମୁହୂର୍ତ୍ତରେ ନେତ୍ରର କୋଣରେ

  ଉପସ୍ଥାନ ଦେଉ ଥାଏ

ହସର ହିଲ୍କୋଳ ଅବା ଦୁଃସମୟେ

  ହାତ ସଦା ଧରି ଥାଏ।


କ୍ଷଣ ସ୍ଥାୟୀ ଅଟେ ସୁଖର ପାଖୁଡା

  ଫୁଟି ଝଡି ବାସି ହୁଏ

ଲୁହର ପାଖୁଡା ସୁଖୀ ଝଡ଼ିଲେ ବି

  କୋହରେ ଚହଟୁ ଥାଏ।


ଲୁହ ଖୋଜି ଥାଏ ଆତ୍ମୀୟ ଜନଙ୍କୁ

  ଜୀବନର ପ୍ରତି କ୍ଷେତ୍ରେ

ଛଳନା କପଟ ସିଏ କରେ ନାହିଁ

  ମିଳୁ ପଛେ ନିନ୍ଦା ଯେତେ ।


ଲୁହ ବୁଝି ପାରେ ଅନ୍ତର ବେଦନା

  ଦରଦୀ ମନର କଥା

ଲୁହ ଦେଖେ ନାହିଁ ଧନୀ କି ଗରିବ

  ବୁଝି ଥାଏ ସର୍ବ ବ୍ୟଥା ।


କୋଟି ଦଣ୍ଡବତ କରେ ତୋତେ ଲୁହ

  ଛାଡ଼ିବୁନି ମୋର ନେତ୍ର

ତୋହରି ପାଇଁ ତ' ବଞ୍ଚିବା ଶିଖିଛି

  ତୁହି ମୋ' ପରମ ମିତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy