Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Tragedy

3  

Jayashree Das

Tragedy

ବିଦାୟ 2022

ବିଦାୟ 2022

1 min
161



ଆସିଥିଲେ ଦିନେ ଯିବାକୁ ପଡଇ,

  ଏହିତ ସଂସାର ନୀତି,

ଦୁଇ ହଜାର ବାଇଶି ବିଦାୟ ଘେନିବ ,

  ରହିଯିବ ହୋଇ ସ୍ମୃତି।


ତୁମକୁ ଦେଉଛୁ ମେଲାଣୀଆଜିଠୁ,

  ଆସିଥିଲ ଦିନେ ନୂଆ,

ସବୁ ନୂଆ ଦିନେ ପୁରୁଣା ହୁଅଇ,

   ଏକଥା ହୋଇଛି ଥୁଆ ।


ବାଇଶି ସହିତ ସବୁ ଦୁଃଖ ଯାଉ,

   ଆସୁ ହସ ଖୁସି ଦିନ,

ତେଇଶି ମସିହା ସବୁ ପାଇଁ ହେଉ,

  ଅମୃତ ମାହେନ୍ଦ୍ର ଲଗ୍ନ ।


ବିଦାୟ ବାଇଶି ଧରଣୀ ପୃଷ୍ଟରୁ,

   ସ୍ମୃତି ହୋଇ ରହିଯିବ.

ମନ ଗହନର ନୀଳ ଆକାଶରେ,

   ଅନୁଭୂତି ଜହ୍ନ ହେବ ।


ଦୂର ଦିଗନ୍ତର ଭସା ମେଘ ହୋଇ,

   ଭାସି ଭାସି ଚାଲିଯିବ.

ଦେଇଯାଇଅଛ ସୁଖ ଦୁଃଖ ଯାହା,

   ମନରୁ ପାଶୋରି ଦେବ ।


ନିୟତି ଯେ ଲିପି ଲେଖିଦେଇଅଛି,

   ଅଙ୍ଗୁଳି ଧୀରେ ଚାଳି.

ଭୋଗିବାକୁ ହେବ ଏ ମର୍ତ୍ତ୍ୟମଣ୍ଡଳେ,

   ତୁମକୁ ଦେଉନୁ ଗାଳି ।


ଅତିଥି ପରିକା ଆସିଥିଲ ଦିନେ,

   ପ୍ରସ୍ଥାନ ସମୟ ଏହି .

ଦିଅ ଆଶୀର୍ବାଦ ଶାନ୍ତିର କପୋତ,

   ଉଡୁଥାଉ ଗୀତ ଗାଇ ।


ବତୁରା ପ୍ରାଣରେ ସମ୍ଭାବନା ଦିଅ,

  କେତେ ଘଣ୍ଟା ଅଛ ଆଉ.

ଖୁସିର ଅଞ୍ଜଳି ଉଠୁଥାଉ ପୁରି,

   ମଧୁମୟ ହୋଇଯାଉ ।


ତୁମେ ଆଣିଥିଲ ରୋଗ ଶୋକ ଯାହା,

   ନେବାକୁ ଯିବନି ଭୁଲି.

ବିଦାୟବେଳାରେ ସବୁରି ଓଠରେ,

   ହସ ମାଖି ଯାଅ ଚାଲି ।


Rate this content
Log in

Similar oriya poem from Tragedy